ଜନତା ନତମସ୍ତକ
ଜନତା ନତମସ୍ତକ
ଜନତା ନତମସ୍ତକ
ରାଜେଶ କୁମାର ଜୈନ୍ (ଶାନ୍ତିରାଜେଶ)
ମନୁଆ ରଜାଙ୍କ ନୂଆ ସନ୍ଦେଶ,
ପୁରୁଣା ମାଇପଙ୍କ ମାନ୍ୟତା ଶେଷ,
ଜମା କର ଶଶୁର ଘରେ ଆଦେଶ,
ମରଦ ଜାତିରେ ହର୍ଷ ଉଲ୍ଲାସ ।
ମ୍ୟାରେଜ୍ ବ୍ୟୁରୋରେ ବାଇଆ ରସ୍,
ପ୍ରଥମେ ଆସ, ପ୍ରଥମେ ପାଅ ବିଶେଷ,
ଧନ୍ୟ ଦେଶର ରାଜନୀତି ଚାଷ,
ଜନତା ସେଇ ଗୁଡ଼ ମାଠିଆରେ ପଶ ।
ପବିତ୍ର ତୁଠେ ସବୁ ଲଙ୍ଗଳା,
ଜଣେ ଜଣକୁ ବୋଳୁଛି କଳା,
କମ୍-ବେଶିର ସବୁ ଝାମେଲା,
ଜନତା ଧ୍ୟାନଭଙ୍ଗର ଲୀଳା ।
ଚାଲୁଣି କହୁଛି ଛୁଞ୍ଚିକୁ କଣା,
କିଏ ଅଜଗର, କିଏ ରଣା,
ହରିଲୁଟ୍ ଭାଗଭାଗ ପାଉଣା,
ଜନତା ମଢ଼, ପଲପଲ ଶାଗୁଣା ।
ଶୋଇବାକୁ ନାହିଁ ତାଟି,
ଖାଦ୍ୟ ବିଜୁଳି ବିରିବାଟୀ,
ଧରାପଡୁଛି କୋଟିକୋଟି,
କ୍ୟାସ୍-ଲେସ୍-ରେ ବାଜୁଛି ଘଣ୍ଟି ।
ଦେଖରେ ଦେଖ ଏମାନଙ୍କ ନାଟକ!
ଏଣ୍ଡୁଅଠାରୁ ବେଶି ଘାତକ,
ସବୁ ଖାଇ ଧାର୍ମିକ ଜାତକ,
ଜନତା ଆଜି ନତମସ୍ତକ !
ଅପର୍ଣ୍ଣା ନଗର, ଚାଉଳିଆଗଞ୍ଜ, କଟକ-୭୫୩୦୦୪
ଫୋନ୍ : ୯୪୩୭୦୨୦୬୧୮
*****