Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manoj Dalbehera

Others

3  

Manoj Dalbehera

Others

ଦେଶପ୍ରେମ

ଦେଶପ୍ରେମ

1 min
6.8K


ଦେଶପ୍ରେମ

 

ମନୋଜ ଦଳବେହେରା

 

ବର୍ଷରେ ତ ମାତ୍ର ଯୋଡିଏ ଦିନ

ଯେଉଁ ଦିନ ଛଳନାର ଘୋଡାରେ ସବାର୍ ହୋଇ

ଦେଶପ୍ରେମ ଆସେ ବିଗୁଲ୍ ବଜାଇ;

ପୁଣି ସ୍କୁଲ୍ ପିଲାଂକ ପ୍ରଭାତଫେରୀରେ ,

ନେତାଂକ ଭାଷଣରେ,

ବନ୍ଦେ ମାତରମର ନାରା ଭିତରେ

ଶହୀଦମାନେ କବର ତଳୁ ଉଠି ଆସନ୍ତି

ବର୍ଷରେ ଥରେ ଥରେ ତ ମନେ ପଡନ୍ତି !

ସତେକି ଭାବମୟ ହୋଇଯାଏ ଦେଶ

ଚାଇନା ତିଆରି ଟୋପି ଆଉ

ପତାକାର ବେପାର ଭିତରେ;

ଦେଶ ପାଇଁ କବିତା ସବୁ ଲୁହ ଢାଳନ୍ତି

ବିଦଗ୍ଧ ଶ୍ରୋତାଂକ ଅଜସ୍ର ତାଳି ମାଡରେ !

ଦେଶପ୍ରେମ ଏମିତି ଆସେ

ନିଜ ଅସ୍ତିତ୍ଵ ଜାହିର୍ କରେ

ବିଶ୍ଵାସ କରେ ବଂଚିଛି ବୋଲି

ଅହଂକାରର ପଟୁଆରରେ

ସଜିଲ୍ ହୋଇ ଏମିତି

ବର୍ଷରେ ତ ଥରେ ଥରେ !!!

 

ଫରେଷ୍ଟ କଲୋନୀ,

ବାରିପଦା-୭୫୭୦୦୨

ମୋ: ୯୪୩୭୨୯୪୯୪୫, ୭୯୭୮୭୫୪୯୦୭

email : makudabe64@gmail.com


Rate this content
Log in