Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Abhakanta

Others

2  

Abhakanta

Others

ନୀରସ ଜୀବନ ସରସ ସୁନ୍ଦର

ନୀରସ ଜୀବନ ସରସ ସୁନ୍ଦର

1 min
7.0K


ନୀରସ ଜୀବନ ସରସ ସୁନ୍ଦର

 

ଆଭାକାନ୍ତ ମହାନ୍ତି

 

ନୀରସ ଜୀବନ ସରସ ସୁନ୍ଦର

       କରିବି ବୋଲି ମୁଁ ଦିନେ,

ସପନ ଦେଖିଲି ଗଢ଼ି କୋଣାରକ-

       ବାଲି ଶେଯ ମନେମନେ । ୦ ।

 

ସେଇଦିନ ଆସିଥିଲା

       ଅଜାଣତେ ପାଦ ଚିପି

ଜୀବନର ଆଶା ଯେତେ

       ବଢ଼ିଥିଲା ନଭୁ ଟପି,

ନୁହେଁ ମୁହିଁ ରାଜା ନରସିଂହ ଦେବ

ଅସମ୍ଭବକୁ ବି କରିବି ସମ୍ଭବ,

ଯୁଗାନ୍ତ ପାଇଁକି ଆଶା ସିନା ରଖି

       ଶୋଇପଡ଼ିବି ମୁଁ ସେଇ ଚିରନ୍ତନେ । ୧ ।

 

ଜୀବନର ଯେତେ ସ୍ୱପ୍ନ

       କାହିଁ ସତ ହୋଇଛି କି

ତେବେ ବି ତ ସ୍ୱପ୍ନ ଦେଖା

       କେହି ଭୁଲିଯାଇଛି କି,

ଏଇ ନିଶା କରି ମୁଁ ଆକଣ୍ଠ ପାନ

କରୁଛି ଅନ୍ଧାରୀ ବୋଇତ ଭସାଣ,

ଭଜୁ ଯାହା, ଦୁଃଖ କରୁନାହିଁ ତିଳେ

  ଶାନ୍ତି ପାଏ ଜୀବନରେ ଟିକେ ମନେ । ୨ ।

 

ନୂଆସାହି, ବିଡ଼ାନାସୀ

କଟକ-୭୫୩୦୧୪

ଫୋନ୍-୯୦୪୦୦୦୩୧୦୧

*****


Rate this content
Log in