Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasant Kumar Nath

Others

2  

Prasant Kumar Nath

Others

ବହି

ବହି

1 min
182


ବହି
ବହି ପରି ଏତେ ଅପଣାର ବନ୍ଧୁ
ଜଗତରେ କେହି ନାହିଁ
କେତେ କାହିଁ ଶିକ୍ଷା ଦେଉଛି ଆମକୁ
ସୁଖରେ ଜିଇଁବା ପାଇଁ ।

ବହି ପଢି ଆମେ ଶିକ୍ଷା ଲାଭ କରୁ
ଶିକ୍ଷିତରେ ହେଉ ଗଣା
ନପଢିଲେ ବହି ମୁରୁଖ ହୋଇବା
କିଛିବି ହେବନି ଜଣା ।

ଇତିହାସ ଆଉ ସାହିତ୍ୟ ସଂସ୍କୃତି
ନୂଆ ନୂଆ କେତେ ଶବ୍ଦ
ଗପ ଗୀତ ଆଉ ଭଜନ ଜଣାଣ
ବହିରେ ଯେ ଉପଲବ୍ଧ ।


ବାଲ୍ୟକାଳୁ ଆମ ପଢିବା ଶିଖିବା
ବହିରୁ ଆରମ୍ଭ ହୁଏ
ଦୁନିଆରେ ସିଏ ସବୁଠାରୁ ସୁଖୀ
ବହିରେ ଯା ଧ୍ୟାନ ଥାଏ ।


Rate this content
Log in