Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ଓଡ଼ିଆ ଗଳ୍ପ ଓ କବିତା - ୩

Inspirational

2  

ଓଡ଼ିଆ ଗଳ୍ପ ଓ କବିତା - ୩

Inspirational

ସେ ହେଉଛି ନାରୀ

ସେ ହେଉଛି ନାରୀ

1 min
6.8K


ଶ୍ରୀ ଗୌରହରି ପଣ୍ଡା


ନିଦାଘ ଗ୍ରୀଷ୍ମରେ ଅବା

ମରୀଚିକା ମନ ମରୁଭୁମିରେ

ନlହିଁ ନlହିଁର ବୀଜରୁ

ହଁ ର ଆଙ୍କୁରୋଦଗମ ଯେ କରାଇପାରେ

ସେ ହେଉଛି ନାରୀ l

ଫାଇଲିନରେ ଅଣ୍ଟା ଭାଙ୍ଗି ଯାଇଥିବା ସ୍ବାମୀର

ଜାପାନୀ ଜ୍ଵରରେ ନିଃସନ୍ତାନ ହୋଇ ଯାଇଥିବା ବାପାର

ମନରେ ସଂସାର ପୁଣି ଗଢି ତୋଳିବାର

ରଙ୍ଗୀନ ସ୍ଵପ୍ନ ଦେଖାଇ ପାରେ ଯେ,

ସେ ହେଉଛି ନାରୀ l

ପ୍ରତି ମୂହୁର୍ତ୍ତରେ ନିଜକୁ ଜାଳି ପୋଡି

ଅନ୍ୟର ଆନନ୍ଦ ଉପଭୋଗ କରିପାରେ

ମରିବା ପୂର୍ବରୁ ଅନେକ ଥର ଜଳିପାରେ

ସୃଷ୍ଟି ଓ ସ୍ରଷ୍ଟା ମଧ୍ୟରେ ସମ୍ପର୍କର ସେତୁ ବନ୍ଧଟିଏ ଯିଏ

ସେ ହେଉଛି ନାରୀ l

ବଢି ନଈର ବିଚିତ୍ର ଗତି ପରି

ଦୁଇ କୂଳ ମାଡି ସାଗରରେ ମିଶିଯାଏ

ବଙ୍ଗୋପସାଗରରୁ ସୃଷ୍ଟ ସାଇକ୍ଳୋନିକ ଷ୍ଟର୍ମ ପରି

ଜନପଦକୁ ଧ୍ଵସ୍ତ ବିଧ୍ଵସ୍ତ କରି ପାରେ ଯେ,

ସେ ହେଉଛି ନାରୀ


Rate this content
Log in