ଆଜି ମୁଁ ଆଉ ଅଟକି ପାରିବିନି
କି ଅଟକାଇ ପାରିବନି।
ମୋର ପ୍ରଳୟଙ୍କରୀ ରୂପକୁ
କେବଳ ମଣିଷ ଜାତିଟା ପାଇଁ ।
ଧିକ୍ ମୋ ଜୀବନର ଚକ୍ର
ଋତୁଚକ୍ର ସହ ନାଚୁଛି ।
ଚାବିଦିଆ କଣ୍ଢେଇ ପରି
ପ୍ରତିକ୍ଷଣେ ରହିରହି ।
ବିକ୍ରି କରିଛି ମୋର ଉଦାରତା
ଏଇ ବିବେକି ମଣିଷ ପାଖରେ।
ପୁଣି ଉଜାଡୁଛି ସବୁଜ କ୍ଷେତ
ଆଉ ନିଆସିର ହସ ସୁଖିଲା ଓଠରେ ।
କେତେବେଳେ ବଲାଙ୍ଗୀର
ତ କେବେ ରାୟଗଡା ।
ପ୍ରଳୟ ପାଇଁ ଦାୟୀ ମୁଁ ନୁହେଁ
ଦାୟୀ ପରିବେଶର ରୁଗଣ ଅବସ୍ଥା ।
ପ୍ରସନ୍ନଜିତ ସାହୁ, ନାଉଗାଁ, ଜଗତସିଂହପୁର