Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Shibanand Banchhor

Others

5.0  

Shibanand Banchhor

Others

ମୋ ଭାବନା

ମୋ ଭାବନା

1 min
7.2K


କାହିଁକି କେଜାଣି ଦେଖିବା ପାଇଁ ତ

ଚକ୍ଷୁ ଖୋଜୁଥାଏ ତୁମେ

ନିତି ଖୋଜୁଥାଏ ପଦଚିହ୍ନ ତୁମ

ମୋହରି ଅଗଣା ଆଗେ।

କାହିଁକି କେଜାଣି ମଗ୍ନ ହେବାକୁ ତ

ମନ ଲାଗେ ତୁମ ଠାବେ

ତଟିନୀ ସମ ତ ମିଶିବାକୁ ଇଚ୍ଛା

ତବ ସମୁଦ୍ରରେ ସାଦେ ।

ଚନ୍ଦ୍ରମାର ଭାବେ କୁମୁଦିନୀ ଯେହ୍ନେ

ସଦା ବୁଡି ରହିଥାଏ

ସେପରି ମୁହିଁ ଯେ ବୁଡି ରହିଥାଏ

ତୁମ ଭାବନାର ମଧ୍ୟେ ।

ମୋ ହୃଦୟ ମଧ୍ୟେ ବସନ୍ତ ଆଣିଛ

ଆଶାର ପ୍ରଦୀପ ଜାଳି

ସେହି ବସନ୍ତରେ ପ୍ରୀତି ପାଇଁ ମୁଁ ଯେ

ହେଉଅଛି ସଦା ଭାଳି।

କାହିଁ ଏ ଭାବନା ଆସୁଛି ମୋ ହୃଦେ

ଜାଣି ତ ପାରୁନି ମୁହିଁ

ନିରୋଳାରେ ବସି କାହିଁ ବା ଲେଖୁଛି

ଏହା ଯେ ତୁମରି ପାଇଁ।


Rate this content
Log in