Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Classics Tragedy

4.0  

ବି. ନିରୁପମା

Classics Tragedy

ରଖିଲନି କିଛି ବାକି

ରଖିଲନି କିଛି ବାକି

1 min
2.3K



ଗୁମୁରି ଗୁମୁରି କାନ୍ଦି ମରୁଛି ମୁଁ

ତୁମେ ହସ ମୋତେ ଦେଖି ,

ଏ ମରମ କଥା ମୁହଁ ଖୋଲି କୁହ

କାହାକୁ କହିବି ଡାକି ।(ଘୋଷା)


ଆହା କରି ମୋତେ ହେବ କିଏ ସାହା

ତୁମେ ବୁଲେଇଲ ମୁହଁ ,

ଏତେଦିନ ପରେ ବୁଝିଲି ଯାଇକି

ମୁଁ କେବେ ତୁମର ନୁହଁ ।

ବିଶ୍ୱାସରେ ମୋର ବିଷ ଦେଲ ତୁମେ

ରଖିଲନି କିଛି ବାକି ।(୧)


ଏ ମରମ କଥା ମୁହଁ ଖୋଲି କୁହ

କାହାକୁ କହିବି ଡାକି ।


ମନେ ଥିଲା ଯଦି ଏଡ଼ିକି କପଟ

ଦେଉଥିଲ କିଆଁ ଆଶା ,

ମନ ମାରି ପଛେ ରହିଯାଇଥା'ନ୍ତି

କହିଥିଲେ କଟୁଭାଷା ।

ହେଲେ ତୁମେ ଏଡ଼େ ନିଦାରୁଣ ହେଲ

ଲୋକହସା କଲ ଠକି ।(୨)


ଏ ମରମ କଥା ମୁହଁ ଖୋଲି କୁହ

କାହାକୁ କହିବି ଡାକି ।।


ବି. ନିରୁପମା

ମାମୁରିଆ, ଛେଣ୍ଡିପଦା,ଅନୁଗୋଳ।


Rate this content
Log in

Similar oriya poem from Classics