ବଣ ମଲ୍ଲୀ
ବଣ ମଲ୍ଲୀ
ବଣ ମଲ୍ଲୀ
ମହକ ତ ଏଠି
ଏଯାଏଁ ଚହଟୁଛି
କେଉଁଠି ଅଛି
ଆଖିକୁ ଦିଶୁନି
ଝଡିଗଲା ନିଶ୍ଚୟ,
ମନ ତ ମାନୁନି
ଫେରି ଯିବାକୁ ଏଠୁ
ଏତେ ବାଟ ଆସି
ନ ଦେଖି ଥରୁଟେ।
ଡର ଡର ହୋଇ
ବନର ଅନ୍ଧାରେ
ଲୁଚି ଯାଇଥିବ
ତୋଳି ନେବି କାଳେ
ଅତି ଯତନର
ମୋ ବଗିଚାର ମଲ୍ଲୀ
ଏତେ ଆଉ ବେଶି
ବାସୁନାହିଁ ବୋଲି।
ଦେଖା ନ ଦେ ପଛେ
ଆଉ କିଛି ବେଳ
ବାସନା ପରଷେ
ଛୁଇଁବିନି ତତେ,
ଯୁବା ବୟସରେ
ଝଡି ତୁ ଯାଆନା
ଦେଖା ନ ଦେ ପଛେ।
କବି - ଶ୍ରୀଯୁକ୍ତ ପ୍ରସନ୍ନ କୁମାର ମାଦଳା