Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Parshuram Biswal

Others

4  

Parshuram Biswal

Others

ମାଡ଼ିଯିବ ଡେଙ୍ଗୁ, ମ୍ୟାଲେରିଆ, ବାତ ଜର

ମାଡ଼ିଯିବ ଡେଙ୍ଗୁ, ମ୍ୟାଲେରିଆ, ବାତ ଜର

1 min
13.9K


ମାଡ଼ିଯିବ ଡେଙ୍ଗୁ, ମ୍ୟାଲେରିଆ, ବାତ ଜର

 

ପର୍ଶୁରାମ ବିଶ୍ୱାଳ

 ,

ବୁଝେଇ ବୁଝେଇ ଥକିଗଲିଣି ମୁଁ ମୋ କଥା କେ’ ଶୁଣୁନାହିଁ,

କହିବୁ ଟିକିଏ ମୋ ଗାଆଁ ପିଲାଙ୍କୁ ଆରେ ମୋ କଳାକହ୍ନେଇ,

ଗାଆଁଟିକି ସଫା କରିବେ ସେ ନିଶ୍ଚେ

ପରିବେଶେ ଧ୍ୟାନ ଦେଇ ।

 

ଆମ ଗାଁ ପୋଖରୀ ଦଳ ଭରିଅଛି, ମଶା କରିଚନ୍ତି ଘର,

ସଫା ନହେଲେ ସେ ମାଡ଼ିଯିବ ଡେଙ୍ଗୁ, ମ୍ୟାଲେରିଆ, ବାତ ଜର,

ପଚା ନର୍ଦ୍ଦମା ସେ ପାଣି ଗନ୍ଧାଉଚି

ଘରେ ବି ପାରୁନୁ ରହି ।

 

ଅଙ୍କାବଙ୍କା ଆମ ଗାଆଁ ରାସ୍ତା ଗୋଟି ଦି’କଡ଼ରେ ବେଣାମୟ,

ସାଇକଲ ଅବା ଚାଲିକି ଗଲେ ବି ବାଡ଼େଇହବାଟି ଥୟ,

ସଫା ନହେଲେ ସେ ବେଣାଗଛ ସବୁ

କିଏ ଅବା ଯିବ କାହିଁ ?

 

କୁନିକୁନି ପିଲା ଖେଳିବା ପାଇଁକି ନାହିଁରେ ଆମ ପଡ଼ିଆ,

ଯେ’ ଥିଲା ସେ ଜାଗା ମାଡ଼ିବସିଅଛି ଛୋଟ ଘାସ ଗୁଗୁଚିଆ,

କାନ୍ଦିକି ପିଲାଏ କହନ୍ତି ମାଆକୁ

କୋଉଠି ଖେଳିବୁ ଯାଇ ?

 

ସଫେଇ କାମରେ ଲାଗିଯିବେ ଯେହ୍ନେ ମୋ ଗାଆଁର ଯୁବଗୋଷ୍ଠୀ,

ସିମିତି ତାଙ୍କୁ ତୁ କହିବୁ ଠାକୁର, ଫେରେଇବେ ତାଙ୍କ ଦୃଷ୍ଟି,

ସବୁ ଗାଆଁ ସଫା ଦେଖିଲେ ଗାନ୍ଧିଜୀ

ହସିବେ ସରଗେ ଥାଇ ।

 

ଗ୍ରା.-ମିତ୍ରସେନପୁର, ପୋ.ଅ.-ଗମୁଁ

ଭା.-ଇନ୍ଦୁପୁର, ଜି.-ଯାଜପୁର, ପିନ୍-୭୫୪୨୧୪

ଫୋନ୍-୯୮୫୩୭୫୯୭୦୦

*****


Rate this content
Log in