Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KUMUDA CHANDRA DALEI

Others

3  

KUMUDA CHANDRA DALEI

Others

ଶୀତ ସକାଳରେ ମୋ ଗାଁ

ଶୀତ ସକାଳରେ ମୋ ଗାଁ

1 min
436


ଶୀତ ସକାଳରେ ମୋ ଗାଁ ମାଟି

ଲାଗଇ କେଡେ ମଧୁର

ଥୁରୁଥୁରୁ ଶୀତେ ପିଲା ଠାରୁ ବଡ଼

ଘୋଡି ହୁଅନ୍ତି ଚାଦର ।

ମୋ ଗାଁ ମାଟି କେତେ ମଧୁ ମୟ

ହସୁଥାଏ କିରି କିରି

ତା ବଣ ପାହାଡ଼ ପୋଖରୀ ଗଡ଼ିଆ

ପାଚିଲା ଧାନ କିଆରୀ ।

ଅଙ୍କା ବଙ୍କା ନଇ. ଶାଗୁଆ ପାହାଡ଼

କାଶତଣ୍ଡୀ ଫୁଲ ବଣ

ଶୀତୁଆ ସକାଳ. ଥଣ୍ଡା ପବନରେ

ଦିଶନ୍ତି ଭାରି ମଉନ ।

ଗାଁ ଶେଷ ମୁଣ୍ଡ. ବର ଗଛ ମୂଳେ

ଜଳୁଥାଏ କାଠ ଗଣ୍ଡି

ପିଲାଠାରୁ ବଡ ନିଆଁ ପଇଁବାକୁ

ବସିଥାନ୍ତି ହୋଇ ମଣ୍ଡି ।

ଚମ ଧୁଡୁ ଧୁଡୁ ବୁଢ଼ା ବୁଢୀ ଯେତେ.

ଖରା ରେ ପକାଇ ପଟି

ଘୋଡା ଘୋଡି ହୋଇ ଖରା ପଉଥାନ୍ତି

ପକୁଲେଉ ଥାନ୍ତି ପାଟି ।

ସଇତ ସାଉର ଚା ଦୋକାନରେ

ଜମିଯାଏ ଚା ଖଟି

ଢୋକେ ଚାହା ପିଇ ପୁଳେ ଧୂଆଁ ଛାଡ଼ି

କରୁଥାନ୍ତି ତୁଣ୍ଡ ପାଟି ।

ମlଲୁଣି ନନୀଟା ଘୋଡ଼ି ପାଢି ହୋଇ

ଝଟ ପାହାନ୍ତାରୁ ଆସି

ନାନା ଜାତି ଫୁଲ ଚୋରି କରୁଥାଏ

ବାଡ଼ି ଅଗଣାରେ ପଶି ।

ପଲ୍ଲୀ ଗାଁର ସେ ଶୀତୁଆ ସକାଳ

ଦୃଶ୍ୟ ଥିଲା ମନୋହର

ସେ କାଳର କଥା ନାହିଁ ଅଉ ଏବେ

ଅଛି ଯାହା ଭାବନାର ।


କୁମୁଦ ଚନ୍ଦ୍ର ଦଳେଇ

ପୋଲସରା, ଗଞ୍ଜାମ

ମୋ 9861889305


Rate this content
Log in