Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Abstract Drama Romance

5.0  

ବି. ନିରୁପମା

Abstract Drama Romance

କଅଁଳିଛି ନୂଆ ଡେଣା

କଅଁଳିଛି ନୂଆ ଡେଣା

1 min
363




ପ୍ରଜାପତି ଭଳି ଉଡ଼ିବୁଲୁଛି ମୁଁ

କଅଁଳିଛି ନୂଆ ଡେଣା ,

ଆଦରରେ କିଏ ସାଉଁଟି ନେବ କି

ହେବାଆଗୁଁ ବାଟବଣା ।

ମନ ମଣିଷ ଯେ ଆସ ;

ତୋଳିନେଇ ତୁମ ବାହୁ ବନ୍ଧନରେ

ହୃଦୟ ବେଦନା ନାଶ ।


କଳପନାରେ ମୋ ଆସ ତୁମେ କିଏ ,

ମିଠା ମିଠା କଥା କୁହ କାନେ ଯିଏ ।

କେମିତି କହିବି ହାଏ ;

ମୋ ମନ ତୁମଠି ଯାଇଅଛି ଲାଖି

ତୁମକୁ ମୁଁ ଭଲପାଏ ।


ଚପଳଛନ୍ଦା ମୁଁ ନହୁଲି ବୟସୀ ,

କଥାରୁ ମୋ ଖାଲି ମହୁ ପଡ଼େ ଖସି ।

ମତ ଦେଉଛନ୍ତି କେତେ ;

ଭାଗ୍ୟ କରିଥିବ ଯିଏ ସେ ପାଇବ

ପ୍ରିୟା ଭାବେ କାଳେ ମୋତେ ।


ଉଡ଼ିବୁଲି ଏବେ ହାଲିଆ ହେଲିଣି ,

ବସିିବାକୁ ଟିକେ ମନ ଚାହିଁଲାଣି ।

କିଏ ସେ ମନର ମିତ ;

ଘେନି ପ୍ରିୟ ଭାବ ସାହାରାଟି ଦେବ

ଧରିନେଇ ମୋର ହାତ ।।


ବି. ନିରୁପମା

ମାମୁରିଆ, ଛେଣ୍ଡିପଦା,ଅନୁଗୋଳ ।


Rate this content
Log in