Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Others

3  

Geeta Sarangi

Others

ଜୀବନ ଗୀତା-୩୫୭

ଜୀବନ ଗୀତା-୩୫୭

1 min
386


ଜୀବନ କମନୀୟ

କାନ୍ତ କୋମଳ

ପ୍ରଗାଢ ପ୍ରଶାନ୍ତିରେ

ସେ ଛଳଛଳ ॥୦॥

କେତେକେତେ ଅନୁଭୂତି

କରେ ଆକ୍ତାମାକ୍ତା

କେବେ ସେ ସୁଖର ସିନ୍ଧୁ

କେବେ ଆକୁଳତା

ବ୍ୟଥାରେ ବତୁରା ମାଟି

ଜୀବନର ମୂଳଦୁଆ

ଫଳାଏ କେତେ ଫସଲ

ନିତିଦିନ ନୂଆନୂଆ

ଜୀବନ ମୋହମୟ

ପୁଣି ସରଳ ॥୧॥

କେତେକେତେ ପଥଚାରୀ

ପାରିହେଲେ ରାସ୍ତା

ଝୋଲାରେ ତାଙ୍କର ଖୁସି

କିଛି ବ୍ୟାକୁଳତା

ଉଜାଣି ଢେଉରେ ନିତି

ପହଁରି ପହଁରି ଯିବା

ସହଜ ନୁହେଁ ଜୀବନ

ମହାସିନ୍ଧୁ ପାରିହେବା

ତଥାପି ଲୋଭନୀୟ

ଜୀବନ ଖେଳ ॥୨॥


Rate this content
Log in