ହଜିଯାଇଥିବା ସ୍ବପ୍ନକୁ ଖୋଜି ରାତି
ହଜିଯାଇଥିବା ସ୍ବପ୍ନକୁ ଖୋଜି ରାତି
ହଜିଯାଇଥିବା ସ୍ବପ୍ନକୁ ଖୋଜି ରାତି ବୁଡିଯାଏ ଅନ୍ଧାରରେ,
ଆଖିଆଗେ ଉଭା ନୂଆ ସକାଳଟେ ସଜାଇ ସୂର୍ଯ୍ଯର ଆଲୋକରେ ।
ଭୁଲି ହୋଇଯାଏ ପଛକଥା ସବୁ ପାଇଥିବା ଦୁଃଖ ଛଳନା,
ଯିଏ ଅଵିଶ୍ଵାସୀ ଅନ୍ଧାରରେ ରହୁ ତା ପାଇଁ କାହିଁକି ଭାବନା !!
ବିସ୍ମୃତି ନାମରେ ମହୌଷଧୀଟିଏ ଦେଇଛନ୍ତି ବିଶ୍ଵ ଜୀବନ
ଛଳନାକୁ ଭୁଲି ସ୍ବାଗତ କରଇ ନୂଆ ଜୀଵନକୁ ଏଇ ମନ ।
କେତେ ମହାଦ୍ରୂମ ଭାସି ତ ଗଲେଣି ସମୟର ମହା ସ୍ରୋତରେ
କ୍ଷୁଦ୍ର ଦୂର୍ବାଟିଏ କେତେକ ମାତ୍ର ମୁଁ ଆଶ୍ରା ଖୋଜେ ମାଟି ମୁଠେରେ ।
ଘାସ ଫୁଲପରି ସ୍ବପ୍ନ ମୋହର ନିଜକୁ କରିବି ନିଜେ ସିଦ୍ଧ,
ଅଢେଇ ଦିନର ଜୀବନ ଯେଉଁଠି କାହା ସଙ୍ଗେ ଵାଦ ପ୍ରତିବାଦ ?
'ମୁଁ 'ଵୋଲି ଯାହା ନିଜକୁ ଦେଖାଏ ମୁଁ କି ସେଇ ମଣିଷ
ମୋ ଭିତରେ ଅଛି ଆଉ କାହା ସତ୍ତା ବିଶାଳର ଏକମାତ୍ର ଅଂଶ ।
ଶୁଭ ସକାଳ ।