Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Parshuram Biswal

Others

3  

Parshuram Biswal

Others

ଭାଷାଟି ବଞ୍ଚିଲେ ସଂସ୍କୃତି ବଞ୍ଚିବ

ଭାଷାଟି ବଞ୍ଚିଲେ ସଂସ୍କୃତି ବଞ୍ଚିବ

1 min
13.8K


ଭାଷାଟି ବଞ୍ଚିଲେ ସଂସ୍କୃତି ବଞ୍ଚିବ

 

ପର୍ଶୁରାମ ବିଶ୍ୱାଳ

 

ଶାସ୍ତ୍ରୀୟ ମାନ୍ୟତା ପାଇଲା ଓଡ଼ିଆ ଭାଷା-ସାହିତ୍ୟ ଆମର

ଏକଥାଟି ଭାବି ଆମ ଗୋଡ଼ ତଳେ ଲାଗୁନାହିଁରେ ଠାକୁର

ଖୁସି ହେଇ ଖଣ୍ଡେ ବହି କିଣିବାକୁ

ମନ ବଳୁନାହିଁ କା’ର ।

 

ଆମ ଉପଇନ୍ଦ୍ର କବିକୁଳଚନ୍ଦ୍ର ଯେ’ ସାହିତ୍ୟ ସରଜିଲେ

ନାହିଁ କେହି କବି ଏଇ ରବିତଳେ ସମ ହେବ ତାଙ୍କ ତୁଲେ

ତାଙ୍କ ସେ ସାହିତ୍ୟ ନଡ଼ିଆ ଭିତରେ

ସୁସ୍ୱାଦୁ ରସଟି ସାର ।

 

ପ୍ରକୃତି-ପୂଜକ କବି ଗଙ୍ଗାଧର ତାଙ୍କ ସରି କିଏ ହବ

ଜୀବନ୍ତ ସେ ନଈ, ପାହାଡ଼, ପର୍ବତ ପଢ଼ି ପାଠକ ଜାଣିବ

ଖୁସିରେ କହିବ ହାତେ ସେ ଧରିଚି

ପାରିଜାତ ସରଗର ।

 

ଯେ’ ଅନନ୍ୟ କାବ୍ୟସମ୍ଭାର ରଚିଲେ କବିବର ରାଧାନାଥ

ପଢ଼ିଲେ ପାଠକ ମଜ୍ଜିବ ହଜିବ ତାଙ୍କ ସାହିତ୍ୟ ଜଗତ

ନିଘା ରଖିବନି ଅବୋଧ୍ୟ ଦୁର୍ବୋଧ୍ୟ

ସେଇ କବିତା ଆସର ।

 

ଆଜି ହତାଦର ହୁଏ ଆମ ଭାଷା ଦେଖୁଚୁ ଆରେ କହ୍ନେଇ

ସର୍କାର ବି ଭୁଲିଯାଉଚି ଏକଥା, ଦେଏ ତୁ ମନେ ପକେଇ

ଭାଷାଟି ବଞ୍ଚିଲେ ସଂସ୍କୃତି ବଞ୍ଚିବ

ଗଉରବ ସେ ଆମର ।

 

ବହି କିଣା, ବହି ପଢ଼ା ହେଉ ଆଜି ଓଡ଼ିଆ ପୁଅର କାମ

ମନୋରଞ୍ଜନର ଆନ ଦିଗ ଭୁଲି ଦେଉ ସେଥିପ୍ରତି ଧ୍ୟାନ

ବୁଝେଇଦେ’ ଜଗା, ବଞ୍ଚୁ ଆମ ଭାଷା-

ସାହିତ୍ୟଟି ଯୁଗାନ୍ତର ।

 

ଗ୍ରା.-ମିତ୍ରସେନପୁର, ପୋ.ଅ.-ଗମୁଁ

ଭା.-ଇନ୍ଦୁପୁର, ଜି.-ଯାଜପୁର, ପିନ୍-୭୫୪୨୧୪

ଫୋନ୍-୯୮୫୩୭୫୯୭୦୦

*****


Rate this content
Log in