Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sarada Parida

Others

3  

Sarada Parida

Others

ଦେବତା

ଦେବତା

1 min
6.9K


ଦେବତା ବସିଛି ଆସ୍ଥାନ ଉପରେ

ଭକତର ନାହିଁ ଦେଖା

ଭୋଗ ଆଉ ଭୋଗୀ ପଣ ପଣ ସିନା

ଭକତିର କାହିଁ ଦେଖା....

 ଫୁଲ ବି ସାଜୁଛି ବାସ ବି ଛୁଟୁଛି

ଚନ୍ଦନ କର୍ପୁର ବାସ ମହକୁଛି

ପଣ୍ଡିତ ଗାଉଛି ତିନି ତାଳି ମନ୍ତ୍ର

ହେଲେ ସମର୍ପଣ ଉଣା ଏକା

ତେଣୁ ଦେବତାର କାହିଁ ଦେଖା

ବିନା ଶରଧାରେ ଦେବତା ପଥର

ତୁଛ ଏ ଜଗତ ଦେଖା....

 ଦେବତା ହୋଇଲା ପଥରରେ ବନ୍ଧୁ

ଭକତର ଉଣା ଏଠି

ଖୋଳ ଝାଞ୍ଜ ଘଣ୍ଟ ବାଇବା ପାଇଁ କି

ଲୋଡ଼ା ଯନ୍ତ୍ରର ଭକତ ଏଠି...

 ଯନ୍ତ୍ର ଗାଉଛି ଜଣାଣ ତାହାର

ଯନ୍ତ୍ର ଧରୁଛି ତାଳ

ଯନ୍ତ୍ର ଯୁଗରେ ମଣିଷ ବି ଯନ୍ତ୍ର

ଭକତିକୁ କାହିଁ ବେଳ....

 ଏଣୁ ଦେବତାର ନାହିଁ ବାସ ମନ୍ଦିରରେ

ପଥର ବସିଛି ସେଠି

ଭକତି ବିହୁନେ ଦେବତା ପାଷାଣ

ଭକତ ଅଭାବ ଏଠି....

  ସାରଦା


Rate this content
Log in