ଶସ୍ତା ସରକାର
ଶସ୍ତା ସରକାର
ଆମ୍ବୁଲାନ୍ସ କଥା ଉଠିବା ମାତ୍ରକେ
ଉଠା ହୁଏ ପିଜା କଥା
ଫାଷ୍ଟ୍ ଲେଟ୍ କହି କମ୍ପେଆର କରି
ବଢାହୁଏ ଯୁକ୍ତି ବୃଥା..
କହି ପୁଣି ସତ୍ୟ ମିଥ୍ୟା..
ସରକାରଙ୍କର ମୁହଁକୁ ଅନାଇ
ମରାହୁଏ ବାକ୍ ମୁଥା ।1।
ସରକାର ଶବ୍ଦଟି ଶସ୍ତା ହେଲା ଭଳି
ସମସ୍ତେ କରନ୍ତି ଗାଳି
ପ୍ରତିଟି କଥାରେ ପ୍ରତି ଘଟଣାରେ
ଦେଖାନ୍ତି ମଝି ଆଙ୍ଗୁଳି..!
ଶୁଣିବାରେ ବେଶି ଗାଳି..
ଗିନିଜ୍ ବୁକରେ ସରକାର ଶବ୍ଦଟି
ଲାଗୁଛି ଆସିଲା ଭଳି ।2।
ବିଜୟନଗର, ଗଣିଆ,ନୟାଗଡ଼