ବେସୁରା ଗୀତି-୭୬୫
ବେସୁରା ଗୀତି-୭୬୫
ଜୀବନର ପଥ ଏତେ ଯେ ଦୁର୍ଗମ
ଜାଣି ନଥିଲି ମୁଁ ଦିନେ
କଣ୍ଟକିତ ଅଟେ ଚଲାପଥ ସବୁ
ଶୁଣାଇଲୁ ମୋର କାନେ ॥
ତୁ ପରା ବରଷା ନିଜେ ତ ଭୋଗୁଛୁ
ଅନ୍ୟ କଲା କର୍ମ ଫଳ
ଭୁଲି ତୁ ଗଲୁଣି ସମୟ ସାରଣୀ
ତୋ ଆସିବା ଯିବା ବେଳ ॥
ଆସୁଛୁ କେବେ ତୁ ଯାଉଛୁ ବା କେବେ
ନିଜେ ତ ପାରୁନୁ ଜାଣି
କେବେଳେ ଅଜାଡି ଦେଉ କେବେ ଅବା
ତୋ ଦେହେ ନ ଥାଏ ପାଣି ॥
ପ୍ରକୃତି ନିୟମେ ସଭିଏଁ ତ ବନ୍ଧା
ତୁ ଯଦି ଗଲୁ ବଦଳି
ମୁଁ କି ଅବା ଛାର ବଦଳି ଯାଉଛି
ନିଜ ମୁହେଁ କଳା ବୋଳି ॥
ପ୍ରକୃତି ନିୟମ ଲଙ୍ଘିଲେ ଏପରି
ଦଶା ହୁଏ ସଭିଙ୍କର
ସେପାଇଁ ଭାବୁଛି ନେବି ମୁଁ ନିଷ୍ପତ୍ତି
ହେଉ ପଛେ ଭୟଙ୍କର ॥