କିଛି କଥା କିଛି ଗୀତ ଏମିତି ଚାଲିଥାଉ ଜୀବନ
କିଛି କଥା କିଛି ଗୀତ ଏମିତି ଚାଲିଥାଉ ଜୀବନ
1 min
6.8K
କିଛି କଥା କିଛି ଗୀତ ଏମିତି ଚାଲିଥାଉ ଜୀବନ
କଥାରେ ରହିଥାଉ ଆନ୍ତରିକତା ଗୀତରେ ରହିଥାଉ ଭାବପ୍ରବଣତା
କିଛି ଆବେଗ
କିଛି ଭଲପାଇବା ମିଶିଯାଉ
ତାପରେ ଜୀବନ୍ତ ହୋଇଯାଉ ଯେତେସବୁ ସ୍ଵପ୍ନ
କବିତାର କାବ୍ୟନାୟିକା ସବୁ ମନର କ୍ୟାନଭାସରେ ନାଚି ଯାଆନ୍ତୁ,
ସାଗରର ଲହଡି ସବୁ ସ୍ମୃତି ପାଲଟିଯାଇ ଗୋଟାଏ ପରେ
ଆଉ ଗୋଟାଏ
ଜୀବନ୍ତ ହୋଇଯାଅନ୍ତୁ
ତାପରେ
ଜୀବନଟା କଣ ?
ନ ହୋଇଯିବ
ଥରେ ଭାବି ଦେଖନ୍ତୁ
ବଞ୍ଚିବାର ମାନେ କଣ ?
©® କାଶ୍ୟପ,ରାୟଗଡା ।