ସୀମା
ସୀମା
1 min
7.0K
ସୁନାକୁ ବିଶୁଦ୍ଧ କରିବା ସକାଶେ
ପୋଡିବାକୁ ହୋଇଥାଏ
ହେଲେ ସେହି ସୁନା ଅଧିକ ତାପରେ
ତରଳି ସତ୍ତା ହରାଏ
ଭଲ ଗୁଣ ସବୁ ପ୍ରସ୍ପୁଟିତ ହୁଏ
ପାଇଲେ କଷ୍ଟ ଆଘାତ
ହେଲେ ସେହି କଷ୍ଟ ଅଧିକ ହୋଇଲେ
ପରିସ୍ଥିତି ଅଣାୟତ୍ତ
ସବୁ କିଛି ହୋଇ ପାରଇ ସମ୍ଭବ
ରହିଲେ ସୀମା ମଧ୍ୟରେ
ହେଲେ ଯଦି ସୀମା ଲଙ୍ଘନ ହୋଇଲା
କିଛି ମଧ୍ୟ ଘଟିପାରେ
ଚିତ୍ତରଞ୍ଜନ ଲେଙ୍କା,କଟକ