Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binaya Bhusan Panigrahi

Others

3  

Binaya Bhusan Panigrahi

Others

ପ୍ରିୟ ଧର୍ମ କିଛି ଅଛି କି ତୋ'ର?

ପ୍ରିୟ ଧର୍ମ କିଛି ଅଛି କି ତୋ'ର?

1 min
134


ଖୋଲି କହ ଥରେ କଳା ଠାକୁର

ପ୍ରିୟ ଧର୍ମ କିଛି ଅଛିକି ତୋ'ର

କେଉଁ ଧରମକୁ ଭାବୁ ତୁ ନିଜର

କେଉଁ ଧରମକୁ ଭାବୁରେ ପର?

ନିଜ ହାତେ ପରା ଗଢିଛୁ ସଂସାର

କିଏ ପର ତୋ'ର କିଏ ନିଜର?

ଜାତି,ବର୍ଣ୍ଣ, ଧର୍ମ ଆଦି ଭେଦଭାବ

ତୋ ଭାଷାରେ ପରା ହୀନ ବିଚାର।

ତୋ ରଙ୍ଗା ଅଧର ରଙ୍ଗ ରକତର

ତହିଁରେ ଅଛିକି ଜାତି ଗୋତର ?

ସବୁରି ହୃଦୟେ ଆତଯାତ ତୋ'ର

ସବୁରି ଦୁଃଖରେ ହେଉ ଅଧିର।

ଗୀତା, ଭାଗବତ,ବେଦ-ପୁରାଣରେ

ଯୁଗେଯୁଗେ ତୋ'ର ସମ ବିଚାର,

ନିର୍ମଳ ହୃଦୟେ-ନିଷ୍କାମ କରମ

ବଳରେ ମିଳଇ ସାନିଧ୍ୟ ତୋ'ର।

ସୃଜିଥିଲୁ ତୁହି ନାରୀ ଆଉ ନର

ଗଢିଲା ପୁଣି କେ ଧର୍ମ ପ୍ରାଚୀର?

ଧରମ ନାମରେ କି କୁତ୍ସ ସାଧନା

କରୁଛି ଦେଖିଯା ଧର୍ମାନ୍ଧ ନର।

ବୁଦ୍ଧି ଓ ବିବେକ ଦେଇ ଗଢିଥିଲୁ

ସାଧ୍ୟମତେ କରି ଶ୍ରେଷ୍ଠ ସୁନ୍ଦର,

ଧରମ କରମ ହରାଇ ମାନବ

ନିଜଠାରୁ ନିଜେ ହେଲାଣି ଦୂର।

ତୋ'ଆଖିରେ ଯଦି ସଭିଏଁ ସମାନ

ଯଦି ତୁ ଈଶ୍ୱର ସାରା ବିଶ୍ୱର,

କେତେକାଳ ଆଉ ମଉନ ରହିବୁ

କହ ଛାଡ଼ିଆସି ନୀଳ କନ୍ଦର।

ବିନୟ ଭୂଷଣ ପାଣିଗ୍ରାହୀ (ମିଟୁ)

ହରସିଂହ ପୁର,ପିରହାଟ ବଜାର,ଭଦ୍ରକ-୩୧


Rate this content
Log in