Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Minakshi Samal

Others

4.8  

Minakshi Samal

Others

ବର୍ଷା

ବର୍ଷା

1 min
405


ରିମଝିମ୍ ବରଷାର ରୁଣୁଝୁଣୁ ଝଙ୍କାର

ଭରିଦିଏ ତନୁମନେ ଶିହରଣ ଅପାର।

ବିନ୍ଦୁ ବିନ୍ଦୁ ବରଷାର ପରଶ ଏ ବିରଳ

ବୁକୁତଳେ ଜାଳିଦିଏ କାମନାର ଅନଳ।

ଅବଦମିତ ଆଶାରେ କରେ ଅଗ୍ନି ସଂଯୋଗ

ପ୍ରେମୀଙ୍କର ସନ୍ତାପିତ ଆତ୍ମା ଚାହେଁ ସଂଭୋଗ।

କେନ୍ଦ୍ରୀଭୂତ ବାସନାର ଅବସାନ ଘଟାଇ

ବର୍ଷଣ ମୁଖର ସୁମଧୁର ବେଳା ଆସଇ।

ଶୁଷ୍କ ମରୁ ପଲ୍ଲବିତ ହୁଏ ମେଘ ସ୍ପର୍ଶରେ

କିଶଳୟ ପୁଲକିତ ଜଳବିନ୍ଦୁ ବର୍ଷାରେ।

ପ୍ରାଣୀ ଜଗତ ଆନନ୍ଦେ ହୁଅନ୍ତି ଆତ୍ମହରା

ବୃଷ୍ଟି ବିନ୍ଦୁ ସଂସ୍ପର୍ଶରେ ମିଳେ ତାଙ୍କୁ ସାହାରା।

ଜଳାଶୟ,ପୁଷ୍କରିଣୀ ପୂର୍ଣ୍ଣଗର୍ଭା ରୂପରେ

ଚପଳଛନ୍ଦା ସାଜନ୍ତି ଶୃଙ୍ଗାରର ରସରେ।

ବନଭୂମି ଝଂକୃତ ବରଷାର ଗୁଞ୍ଜନେ

ଶିଖି ପୁଛ ମେଲି ନୃତ୍ୟ କରିଥାଏ ବିଜନେ।

ପିପାସିତ ଧରଣୀର ତୃଷା ହରି ବାରିଦ

ମିଳନର ଶୁଭବେଳା କରିଉଠେ ନିନାଦ।



Rate this content
Log in