ଜ୍ୱଳନ
ଜ୍ୱଳନ
ଆକାଶେ ଜଳୁଛି ସୂର୍ଯ୍ୟ
ଅନ୍ତରୀକ୍ଷେ ନକ୍ଷତ୍ରମଣ୍ଡଳ,
ବନସ୍ତେ ବି ଜଳୁଅଛି ଘୋର ଦାବାନଳ ।
ସମୁଦ୍ରେ ଜଳୁଛି କୁହୁଳି କୁହୁଳି
ଲେଲିହାନ ଶିଖା ହେଲେ
ଦିଶେନାହିଁ ବାଡବାଗ୍ନି ସମୁଦ୍ର ଅନଳ ।
ମୁଁ ବି’ ତ ଜଳୁଛି ନିତି
ନିରବରେ ସବୁରି ଦୃଷ୍ଟି ଅଢୁଆଳେ
ତୃଷାର୍ତ୍ତ ହୃଦୟକୁ ମୋର ମିଳେନାହିଁ
ଦୁଇ ବୁନ୍ଦା ପ୍ରେମ ସୁଶିତଳ ଜଳ ।
କେବେତ କହିନି କାହାକୁ,
ଦେଇନାହିଁ ତିଳେ ମାତ୍ର ଦୋଷ ।
କେବେ ଜଣେ କ୍ରୋଦ୍ଧରେ
ଚିତ୍କାର କରିଲା, ଆଉ କହିଲା
ଏଇଟା ମୋର ପୁରୁଣା ଅଭ୍ୟାସ ।
ସବୁ ଥିରେ ମୁଁ ପ୍ରେମକୁ,
ଜବରଦସ୍ତ ସାମିଲ କରୁଛି ।
ବୈଶାଖର ଖରା କଥା ନକହି,
ପ୍ରେମକୁ ବି ବୈଶାଖର ଖରାରେ ଯୋଡୁଛି ।
ତୁମେ ବା ଜାଣିବ କେମିତି,
ଏଇ ଅଧାଜଳା ପ୍ରେମିକର ଭାଷା ?
ମୁଁ ତ ସମଦର୍ଶୀ ସନ୍ଥ ପାଲଟିଛି,
ଏ ଗଛରେ, ପତ୍ରରେ,
ଜଡ ଆଉ ଚେତନରେ,
ସବୁଠି ମୁଁ ମୋ ପ୍ରଭୂଙ୍କୁ ନୁହେଁ,
ପ୍ରେମକୁ ଦେଖୁଛି !
ପ୍ରେମର ଜ୍ୱଳନ ଅବା,
କାହାକୁ ଛାଡିଅଛି ଭଲା ?
କିଏବା କାହିଁକି ବୁଝିବ
ଜଳି ଜଳି ମୁଁ ଯେ ଏଠି କେମିତି ବଞ୍ଚିଛି !
ରାଧା ବି ଜଳିଛି ଏଠି, ମୀରା ବି ଜଳିଛି,
ଅଷ୍ଟପାଟ ମହିଷୀ ଗହଳେ
କୃଷ୍ଣ ବି ଜଳିଛି ।
ହୀର୍ ବି ଜଳିଛି ଏଠି ରାଞ୍ଝା ବି ଜଳିଛି
ଲୈଲା ସାଥେ ମଜନୁ ବି ଜଳିଛି ।
ମୁଁ ବି ତ ଜଳୁଛି ଆଜି,
ପ୍ରେମ କରିବାର ସାହସ ଯା’ କରିଛି ।
ମୋତେ ଲାଗେ ସତେ,
ବିରହରେ ଜଳି ପାରୁଛି ବୋଲି ସିନା,
ଲୈଲା ମଜନୁଙ୍କ ଶ୍ରେଣୀରେ