ମଣିଷ ଗଛ
ମଣିଷ ଗଛ
କେତେ ଆଶା କରି ଭରସା ବିଶ୍ୱାସେ
ମଣିଷ ଲଗାଏ ଗଛ
ଧର୍ମ ସେ ଆଚରେ ଫଳ ଫୁଲ ପାଏ
ଆଦରେ ଯେହ୍ନେ ତା ବତ୍ସ୍ୟ॥
ବୃକ୍ଷଟି ଶ୍ରଦ୍ଧାରେ ବାସ,ବେଶ ଦିଏ
ଖରା ବେଳେ ଦିଏ ଛାଇ
ଅମ୍ଳଜାନ ଦେଇ ଜୀବନ ବଞ୍ଚାଏ
ଲାଗେ ସତେ ସାନ ଭାଇ।
ବରଷା କରାଏ ଝଡରୁ ବଞ୍ଚାଏ
ମାଟିକୁ କରେ ଅକ୍ଷୟ
ଗଛଟିଏ ଥିଲେ ଭାବେ ଏ ମଣିଷ
ନାହିଁ ମୋ କାହାକୁ ଭୟ॥
ଗଛ ଓ ମଣିଷ କଥା ହୋଇଥାନ୍ତି
(କହି)ତୁ ମୋ,ମୁଁ ତୋ ଜୀବନ
ଦଣ୍ଡେ ନ ଦେଖିଲେ ରହିପାରନ୍ତିନି
ଅଥୟ ଦୁହିଁଙ୍କ ମନ॥
ବାତ୍ୟା ଯେବେ ଆସେ ଅଥୟ ସେ ଗଛ
ପଡେ ଯେବେ ତା'ର ଘରେ
ସୁନା ଘରଟା ତ ଚୁନାହୋଇଯାଏ
ମଣିଷଟା ଚପି ମରେ॥
ମଣିଷ ଲଗାଏ ମଣିଷ ଗଛକୁ
ନିଏ ଯତ୍ନ ଆଦରରେ
ଦରଦୀ ମଣିଷ ଆନନ୍ଦାଶ୍ରୁ ଝରେ(ଝରାଏ)
ତାକୁ ସେ ଭୁଲି ନ ପାରେ॥
କହେ ତୁ ମୋ ଦେବ ଦେବ ମହାଦେବ
ଜୀବନେ ଯିବିନି ଭୂଲି
ପ୍ରାଣ ଦେଇ ପ୍ରାଣ ନିଶ୍ଚେ ମୁଁ ରଖିବି
ଆସୁ ଝଡ ଝଞ୍ଜା ମେଲି॥
ଭାବେ ସେ ନିଜକୁ ହେବ ବଡ ତା ଠୁ
ହିଂସାରେ ଜଳେ ଜୀବନ
କୁମନ୍ତ୍ରଣା ଆଉ ପ୍ରରୋଚନା ଦେଇ
କୁସାଥୀ ମଣନ୍ତି ଯେବେ
ଜୀବନ ଦାତାକୁ ମାରିବାକୁ ଧାଏଁ
କୂଟ ଚକ୍ରାନ୍ତରେ ତେବେ॥
ଧର୍ମ ବିଶ୍ୱସ୍ତଟା ଲିଭିଯାଏ ପ୍ରାଣୁ
ସହାନୁଭୂତିଟା କାନ୍ଦେ
ତଥାପି ବିଶ୍ୱାସ ବଳେ ଜୀଏଁ ନର
ସ୍ନେହ ମମତାର ଛନ୍ଦେ॥
ନାରାୟଣ ଚନ୍ଦ୍ର ସେନାପତି
ଜମ୍ଭରା,କେନ୍ଦୁଝର