Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pranati Mahapatra

Fantasy

2.6  

Pranati Mahapatra

Fantasy

ଅବ୍ୟକ୍ତଭାବନା

ଅବ୍ୟକ୍ତଭାବନା

1 min
6.8K



ଅନେକ କିଛି ବାକି ରହେ ,

ସବୁ ତ ଜୀବନର ଅନ୍ଧାରି ଇଲାକାରେ,

ତଥାପି ଲେଖିବାକୁ ହୁଏ,

ହୃଦୟର ଆବେଗକୁ ମାପିବାକୁ ଇଛାହୁଏ,

କିଛି ମାପିହୁଏ,ତ

ଆଉ କିଛି ଦୂରକୁ ଦୂରକୁ ଦୂରେଇ ଯାଏ,

ଯାହାକୁ

ନା ଧରିହୁଏ,ନା

ଲେଖିହୁଏ।


ମନ ଆଉ ବିବେକ ର ଲଢେ଼ଇ,

ଇଚ୍ଛା ଆଉ ସ୍ଵପ୍ନର ଅଭିମାନ,

ବାସ୍ତବ ଆଉ ସତ୍ୟର ମୁହାଁମୁହିଁ,

ଜୀବନ ଥାଏ ଦୋମୁହାଁ ଛକରେ,

ହଁ ଆଉ ନାହିଁ ର ଦୋଛକିରେ,

ସବୁ ମୂଲ୍ୟହୀନ ହୋଇଯାଏ,

ଅଧ ପାଆନ୍ତାରେ,

ପାଇବାର ଆଶାରେ,

ହରେଇବାର ଦୁଃଖ,

କିଛି ପ୍ରକାଶ ପାଏ,

ଅନେକ କିଛି ଅପ୍ରକାଶିତ,

କିଛି ବ୍ୟକ୍ତ ହୁଏ,

ବହୁତ କିଛି ଅବ୍ୟକ୍ତ।

ସେଇ ଅବ୍ୟକ୍ତ ଭାବରେ

ଜିଇଁବାକୁ ହୁଏ

ସାରାଜୀବନ ।


ଶିକ୍ଷୟିତ୍ରୀ

ପ୍ରଣତି ମହାପାତ୍ର

ବାଲେଶ୍ଵର।


Rate this content
Log in

Similar oriya poem from Fantasy