ଜୀବନ ସନ୍ଧ୍ୟା
ଜୀବନ ସନ୍ଧ୍ୟା
(0)
ଜୀବନ ସନ୍ଧ୍ୟାରେ ସନ୍ଧ୍ୟା ଦୀପ ଜାଳି
ତୁମ ଆରାଧନା ପାଇଁ
କାହିଁ କେତେ ଦୂରୁ ଆସିଛି ମୁଁ ଧାଇଁ
ମନା ତ କରିବ ନାହିଁ ||
(1)
ସଂସାର ବନ୍ଧନେ ବାନ୍ଧିଦେଲ ପ୍ରଭୁ
କର୍ମ ଜଞ୍ଜାଳରେ ରହି
ସାରା ଜୀବନଟା ଭୁଲିଗଲି ପ୍ରଭୁ
ତୁମକୁ ଡାକିବା ପାଇଁ
ଯାହା ମୁଁ କରିଛି ତୁମେ କରାଇଛ
ମୋ ହୃଦୟ ମଧ୍ୟେ ଥାଇ
ଜୀବନ ସନ୍ଧ୍ୟାରେ ସନ୍ଧ୍ୟା ଦୀପ ଜାଳି
ତୁମ ଆରଧନା ପାଇଁ
(2)
କଲେ କର କ୍ଷମା ନୋହିଲେ ମଣିମା
ତୁମ ଇଛା ଇଛାମୟ
ତୁମେ ଥିଲେ କା'ରେ ଭୟ
ଫେରାଇ ଦଲେ ମୁଁ ଫେରିଯିବି ପ୍ରଭୁ
ତୁମ ନାମ ଗାଇ ଗାଇ
ଜୀବନ ସନ୍ଧ୍ୟାରେ ସନ୍ଧ୍ୟା ଦୀପ ଜାଳି
ତୁମ ଆରଧନା ପାଇଁ
******