Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bauribandhu Lenka

Inspirational Others

5.0  

Bauribandhu Lenka

Inspirational Others

ବିଶ୍ୱାସ ଏକ ସାବିତ୍ରୀର

ବିଶ୍ୱାସ ଏକ ସାବିତ୍ରୀର

1 min
6.9K


ଯେଉଁ ଦିନ ତୁମ ନାମେ

ହାତେ ମୋର ପିନ୍ଧିଥିଲି

ଦୁଇ ପଟ ଶଙ୍ଖା ଆଉ

ଟୋପାଏ ସିନ୍ଦୂର,

ସେଇ ଦିନୁ ଭାବି ନେଲି

ଏ ସାରା ଜନମ ପାଇଁ

ତୁମେ ମୋର ସତ୍ୟବାନ

ସାବିତ୍ରୀ ମୁଁ ତୁମର॥

ତୁମଠାରେ ରଖିଛି ବିଶ୍ୱାସ।

ରଖିଥିବି ଯେତେଦିନ

ଏ ଶରୀରେ ଚାଲିଥିବ

ନିଶ୍ଵାସ ଓ ପ୍ରଶ୍ଵାସ॥

ପ୍ରଦୂଷିତ ଆଜି ଏ ସମାଜେ

ଭ୍ରଷ୍ଟାଚାରୀ ଚୋର ଖୁନୀ

ଧର୍ଷଣକାରୀ ବି

ସତ୍ୟବାନ ହୋଇ ବୁଲୁଛନ୍ତି।

ସମସ୍ତେ ଚାହାନ୍ତି — ପତ୍ନୀ ତାଙ୍କ

ହୋଇଥିବ ସାବିତ୍ରୀଙ୍କ ପରି

ସୁନ୍ଦରୀ ଓ ସତୀ॥

ହେଲେ ତୁମ ପ୍ରତି

ନାହିଁ ମୋର ପ୍ରଶ୍ନ।

ରହିଛି ବିଶ୍ୱାସ ମନେ

ଯେତେ ଦିନ ବଞ୍ଚିଛି ମୁଁ

ତୁମେ ମୋର ବିଶ୍ୱାସର

ରଖିବ ସମ୍ମାନ॥

*****


Rate this content
Log in

Similar oriya poem from Inspirational