Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BISWESWAR MAJHI

Others

5.0  

BISWESWAR MAJHI

Others

ଜୀବନ ଏକ ମୂଲ୍ୟାୟନ

ଜୀବନ ଏକ ମୂଲ୍ୟାୟନ

1 min
347


ଜୀବନଟା ଲାଗେ ଯେତିକି ଜଟିଳ ପୁଣି ସେତିକି ସରଳ

ଅମୃତ ପାତ୍ର ଜୀବନ କାହାର କିଏ ପିଉଛି ଗରଳ ।

ଗୋଲାପର ଫୁଲ ପ୍ରାପତ କାହାକୁ କଣ୍ଟା ଫୁଟି କା'ର ରକ୍ତ

ଫୁଲପରି ବାଣୀ କୋମଳ କାହାର ଲୁହାଠାରୁ କା'ର ଶକ୍ତ ।

ଜନ୍ମ ବେଳେ ନାମଟିଏ ମିଳେ ସେହି ନାମ ମଶାଣିକୁ ଯାଏ

କାହା ନାମ ଲୁପ୍ତ ହୋଇଯାଏ କିଏ ମରିବି ଅମର ହୁଏ ।

କପାଳ ଲିଖନ ପ୍ରାରବଧ ପୁଣି କ୍ରିୟମାଣ ଯାହା ଅଛି

ସବୁମିଶି ଫଳ ଭୋଗହୁଏ କିଏ ଭାଗ୍ୟକୁ ନିନ୍ଦୁଅଛି !

କରମ କରିବା ନିରଳସ କେବେ ଫଳ ନୁହେଁ ଆମ ବଶ

ଭାଗ୍ୟକୁ ବି କାମ କରିବାକୁ ପଡେ କର୍ମର ସଭିଏଁ ଦାସ ।

ସେହି ଏକା ନାମ କିଏ ହୁଏ ରାମା କିଏ ପୁଣି ରାମଚନ୍ଦ୍ର

ସ୍ଵଭାବ ଚରିତ୍ର କରେ ସାଧାରଣ ମାନବକୁ ମାନବେନ୍ଦ୍ର ।

ପ୍ରାସାଦ ସଉଧ ମାଟିରେ ମିଶିବ ଇତିହାସ ବଦଳିବ

ସ୍ନେହ ଶ୍ରଦ୍ଧା ପ୍ରୀତି ଅଲିଭା ଗାରଟି ବନ୍ଧୁ ହୃଦେ ରହିଥିବ ।

ଜୀବନ ଆମର ଅଢେଇ ଦିନର ଦିନେ ଜନ୍ମ ମୃତ୍ୟୁ ଆନ

ବାକି ଅଧାଦିନ କେବେ ସରିଯିବ ସଦା ହେବା ସଚେତନ ।

ଜୀବନ ପୁସ୍ତକେ ମଲାଟ ଏ ଦୁଇ ବିଧି ଦେଇଅଛି ଲେଖି

ଭିତରଟା ସାଦା କାଗଜ ଆମକୁ ଲେଖିବାକୁ ବାକି ଅଛି ।

ନିଷ୍କାମ କରମ କରିବାକୁ ଯୋଗେଶ୍ୱର ଦେଲେ ଉପଦେଶ

ମାୟାମୋହ ଠାରୁ ଦୂରରେ ରହିବା ହେବାନାହିଁ ତହିଁ ବଶ ।

ପର ଉପକାର ସରଗ ନିଶୁଣୀ ପରପୀଡନରେ ନର୍କ

ପ୍ରତିଭା ଟି ଫୁଟି ବାହାରିବ ଯେହ୍ନେ ପଂକରେ ଫୁଟଇ ଅର୍କ ।

ଗାନ୍ଧୀ ଗୋପବନ୍ଧୁ ମାର୍ଟିନ ଲୁଥର କିଂ ମଦର ଟେରେସା

ଜୀଇଁଛନ୍ତି ଆଜି ସବୁରି ହୃଦରେ ବିନା ମନ୍ଦିର ମଦ୍ରାସା ।

ଜୀବନ ମଂଚର କଳାକାର ଆମେ ଅଦୃଶ୍ୟ ନିରିଦେଶକ

ନିଖୁଣ ଭାବରେ ଅଭିନୟ କରି ସାଉଁଟିବା ତାଳି ତକ ।

ବିଶ୍ୱେଶ୍ଵର ମାଝୀ


Rate this content
Log in