Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanta kumar Hota

Others

3  

Prasanta kumar Hota

Others

ଠକପଣ ଛାଡ ଏଥର

ଠକପଣ ଛାଡ ଏଥର

1 min
4.7K


ଠକପଣ ଛାଡ ଏଥର

ଠକି ଠକି ଆଉ କେତେ ଠକୁଥିବ

ଠକପଣିଆର ବଡ ଠାକୁର

ଠକପଣ ଛାଡ ଏଥର

ହୋ... ଠକ ପଣ ଛାଡ ଏଥର


ଠକ ଠାଣି ତୋର ସୁନ୍ଦର

ଠାଣିରେ ଠାଣିରେ ଜଗତ ମୋହୁଛୁ

ଠାଣି ପାଇଁ ବାଇ ଜଗତସାର

ଠକ ପଣ ଛାଡ ଏଥର

ହୋ... ଠକ ପଣ ଛାଡ ଏଥର


ଠକପଣେ ଠକୁଚ କା'ର

ଠକରେ ଠକିଲ ଗୋପୀଙ୍କର ସର

ଠକି ସାରିଦେଲ ଯୁଗ ଦ୍ଵାପର

ଠକପଣ ଛାଡ ଏଥର

ହୋ... ଠକପଣ ଛାଡ ଏଥର


ଠକାରେ ଠାକିଲ ଗୋପୀର

କେତେ ଛଳେ କଲ ରାସ ତୁମର

ଛଳେ ପୁଣି କେତେ କଲ ସମର

ଠକ ପଣ ଛାଡ ଏଥର

ହୋ ଠକ ପଣ ଛାଡ ଏଥର।


ଠକା ଠକି ମାୟା ତୋହର

ଠକିଲୁ ଦେବକୀ ଯଶୋଦା ପାଇଁକି

କେତେ ଦୁଃଖ ଦେଲୁ ଜନନୀ ମାଆର

ଠକ ପଣ ଛାଡ ଏଥର

ହୋ.... ଠକପଣ ଛାଡ ଏଥର।


ଠକପଣେ କରେ ଜୁହାର

ଠକ କହି ତୋତେ ଭଜନ୍ତି ଭକତେ

ଭକ୍ତ ଜନମନେ ହେଲକି ନିଷ୍ଠୁର

ଠକପଣ ଛାଡ ଏଥର

ହୋ.... ଠକପଣ ଛାଡ ଏଥର


ପ୍ରଶାନ୍ତ କୁମାର ହୋତା


Rate this content
Log in