Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Shaktiprada Mohapatra

Others

2  

Shaktiprada Mohapatra

Others

1 min
6.7K


'ନ' ହିଁ ସ୍ରଷ୍ଟା 'ନ' ହିଁ ସୃଷ୍ଟି

ହେ ନୀଳାଚଳିଆ !

'ନ' ରେ ତୁ ଵିଦ୍ୟମାନ

'ନ' ତୋର ଅଭିମାନ ।

ସେଥିପାଇଁ ତ ନୀଳରଂଗରେ

ତୁ ପରିପୂର

ତୋ ନୀଳ ରଙ୍ଗର ନାହିଁ ତ ଉତ୍ତର ! ' ନ' ଅକ୍ଷରରେ ସୃଷ୍ଟି ତୋ ପିଣ୍ଡ ଵ୍ରହ୍ମର

ନ' ଅକ୍ଷରରେ ହିଁ ସମାହିତ

ତୋ' ଵିଶ୍ୱର ।

ସେଥିପାଇଁ ତ ତୋ 'ଧାମ 'ନୀଳାଚଳ'

ପତିତପାବନର ଶୋଭା 'ନୀଳଚକ୍ର'

ଦାଶିଆ ବାଉରୀର 'ନଡ଼ିଆ'ରେ

ତୋର ଆଦର ,

ଚାପ ଖେଳ ପାଇଁ ଲୋଡୁ ତୋର

ପ୍ରିୟ ପୋଖରୀ 'ନରେନ୍ଦ୍ର '

ଯାତ୍ରା ଭିତରେ ରଥଯାତ୍ରା

ସେ ତ ଜଗତେ ପ୍ରଚାର ;

ସେ ଯାତ୍ରା ବି ତ ନ' ଦିନର ।

ରଥ ତୋର 'ନନ୍ଦିଘୋଷ'

ବଡ଼ଦାଣ୍ଡେ ଗଲେ ଗଡ଼ି ....

ଦଶ ଦୋଷ ଛାଡ୍ ହୁଏ ପାପୀର ।

ମୁକ୍ତ ମନେ ,ମୁକ୍ତ କଣ୍ଠେ ,ମୁକ୍ତ ହାତେ

ଟେକି ଦେଲେ ଜହର ବି

ଆପଣାଛାଏଁ ବନିଯାଏ -

' ନୈବେଦ୍ୟ' ରେ ସାର।

ଵାରଵର୍ଷେ ହୁଏ ତୋର '

'ନବକଳେବର',

'ନବଧାଭକ୍ତି' ରେ ଦାସ ଟିଏ

ହୋଇଯାଉ ତୋ ପ୍ରିୟ ଭକ୍ତ ର

ନ' ଶୁଭ, ନ' ଶାନ୍ତ ,ନ'ଶୁଦ୍ଧ ,

ନ' ଵିଦ୍ଧି ,ନ' ରେ ପ୍ରାପ୍ତି

ନ' ରେ ବିଲୁପ୍ତି ,

ନ' ଅକ୍ଷର ଭାବର ।

ନ' ରେ ସୃଷ୍ଟି , ନ' ହିଁ ସ୍ରଷ୍ଟା

ତୁ ନିଷ୍ଠା -ଚେଷ୍ଟା -ପ୍ରତିଷ୍ଠା

ତୁ ସର୍ଵେସର୍ଵା ଏ ଜଗତର.....

ଧନ୍ୟ ଧନ୍ୟ ତୁ ସୁନ୍ଦର ବିନ୍ଧାଣି

ଏ ଧରାଧାମର ।

"""""""""""""""""""""""""""""""""""'''''''''""

ଶକ୍ତି ପ୍ରଦା ମହାପାତ୍ର

ଜି/୨ ,ରାଜା ବଗିଚା , ଲେବର୍-

କଲୋନୀ। ,କଟକ -୯


Rate this content
Log in