Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Geeta Sarangi

Others

3  

Geeta Sarangi

Others

ଜୀବନ ଗୀତା-୨୦୧

ଜୀବନ ଗୀତା-୨୦୧

1 min
7K


 

ଜୀବନ ଅସୀମ ଅନନ୍ତ ପଥ
ସ୍ୱୟଂ ସଂପୂର୍ଣ୍ଣ ସେ ନିରାଟ ସତ୍ୟ ॥୦॥

ଅନାଦି କାଳରୁ ଜୀବନର ଧାରା
ବହି ଚାଲିଛି
ଗତିପଥ ନିଜ ନିର୍ଦ୍ଧାରଣ କରି
ସଦା ଧାଇଁଛି
ପୃଥିବୀ ଛାତିରେ ଉଦ୍ଦାମ ଗତିରେ
ଜୀବନ ହେଉଅଛି ପ୍ରବାହିତ ॥୧॥

ନିଷ୍ଠାର ସହିତ ହୁଏ ଅଗ୍ରସର
ସତ ପଥରେ
ଜୀବନର ଲକ୍ଷ୍ୟ ଚାଲିବାକୁ ନିତି-
ଦିନ ସତରେ
ବାସ୍ତବ ଜୀବନ ଭୟ ଭ୍ରାନ୍ତିହୀନ
ମିଥ୍ୟାରେ ନୁହଁଇ ସେ ପ୍ରଭାବିତ ॥୨॥


Rate this content
Log in