Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Abhakanta

Romance

3  

Abhakanta

Romance

ଆଦରି ନେଇଛି

ଆଦରି ନେଇଛି

1 min
13.2K


ଆଦରିନେଇଛି

 

ଆଭାକାନ୍ତ ମହାନ୍ତି

 

ଆଦରି ନେଇଛି ସାଦରେ  ତମସା

       ଦୂରେଇ  ଯାଇଛି ଜୋଛନା,

ଫଟା ବଇଁଶୀକୁ ଛାତିରେ ଜାକି ମୁଁ

       ଭାବେ ଖାଲି ହଜା ମୂର୍ଚ୍ଛନା । ୦ ।

       ଆ...ଆ...ଆ...

 

 

ଲୁହରେ ମୁଁ ଚିଠି ଲେଖିସାରି ଦେଖେ

       ଠିକଣା ଯାଇଛି ଭୁଲି,

ହୃଦୟ-କାଗଜୁ ପ୍ରତିଟି ଅକ୍ଷର

       ଲିଭାଉଛି ଲହୁ ଢାଳି,

       ତୁମେ କୁହ...

ଆଙ୍କି କି ପାରିବ ସାକାରେ ମୋହରି

       ହୃଦ-ଚହଲା ବେଦନା । ୧ ।

 

ଯୁଗ ଗଲା ଚାଲି, ଆଜି ପ୍ରେମେ ଖାଲି

       କାମନା ଯାଇଛି ଛାଇ,

ସେଦିନର ଫୁଲ ଆଜିର ମଳୟେ

       ଯାଇଛି ଗୋ ମୁରୁଝାଇ,

       ତୁମେ କୁହ...

ସେଦିନର ହୃଦ ଧରିଛି, ହେଲେ ଗୋ

       ସେଦିନ ସୂର୍ଯ୍ୟ ଉଏଁନା । ୨ ।

 

ନୂଆସାହି, ବିଡ଼ାନାସୀ

କଟକ-୭୫୩୦୧୪

ଫୋନ୍-୯୦୪୦୦୦୩୧୦୧

*****


Rate this content
Log in

Similar oriya poem from Romance