Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lalatendu Kabi

Others

3  

Lalatendu Kabi

Others

ମୃତ୍ୟୁଦଣ୍ଡାଦିଷ୍ଟ ଉଚ୍ଛୃଙ୍ଖଳଙ୍କୁ ପଦେ

ମୃତ୍ୟୁଦଣ୍ଡାଦିଷ୍ଟ ଉଚ୍ଛୃଙ୍ଖଳଙ୍କୁ ପଦେ

1 min
13.6K


ମୃତ୍ୟୁଦଣ୍ଡାଦିଷ୍ଟ ଉଚ୍ଛୃଙ୍ଖଳଙ୍କୁ ପଦେ

ଅଭେଦ୍ୟ ଅନ୍ଧାର ମଧ୍ୟେ

      ଔଦ୍ଧତ୍ୟର ଉଗ୍ର ନିଦର୍ଶନ !

ଉଚ୍ଛୃଙ୍ଖଳ ଉନ୍ମାଦନା-

      ମଦ-ମତ୍ତ ବିଭ୍ରାନ୍ତଯୌବନ !-୧

ଦେବେର୍ଷ୍ୟ ମାନବ ଜନ୍ମ,

      ଜ୍ଞାନ-ଧ୍ୟାନ-ସାଧନାର ଶକ୍ତି:

ସବୁ ଥାଉଁ ନ ରଖିଲ

      ଶୀଳତାରେ ତିଳେ ଅନୁରକ୍ତି |-୨

ଅକାଳ-କାଳ-କଳଙ୍କ

      ବୋଳି, କୁଳ ଚାଲିଲ ଭସାଇ,

ପିତାମାତାବନ୍ଧୁସଖା-

      ସହୋଦର ମୁଖେ ଲଜ୍ଜା ଦେଇ |-୩

ଫାଶୀର ରଶିରେ କଷି

      ଶ୍ଵାସରୁଦ୍ଧ ମରଣର ଡାକ;

ମୌନେ କାନେ ପରିଜନେ

      ଶୁଣୁଥିବେ -- "ବେଳ ହେଲା ପାଖ |"-୪

ଯେତେ ବି ବୁଝିଲେ ଯିଏ

      ଆତ୍ମୀୟଙ୍କ ହୃଦ-ଉଦ୍‌ବେଳନ

ପଥେ, ପ୍ରାନ୍ତେ, ଜନପଦେ

      ଲାଗିଥିଲେ ଜନ-ଆନ୍ଦୋଳନ,  -୫

ମୃତ୍ୟୁଦଣ୍ଡ ଦିଅ ବୋଲି

      ଉଠୁଥିଲେ ଦୁର୍ନିବାର ସ୍ଵର,

ଦୟା କ୍ଷମା, କୋମଳତା

      ତୁମ ଯୋଗୁଁ ହେବ ଛାରଖାର |-୬

"ଆଜୀବନ କାରା ଦିଅ, --

      ନରହତ୍ୟା ପଶୁତ୍ଵାଚରଣ;"

ମୁଁ ତ କହେ , ଶୁଣେ କିଏ ?

      ମର ଆଶ୍ରି ଶ୍ରୀହରିଚରଣ |-୭

ଲଲାଟେନ୍ଦୁ କବି 

୧୪-ଅକ୍ଟୋବର-୨୦୧୪  

ଶ୍ରୀ ହରିଶରଣମ୍


Rate this content
Log in