Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sarada Parida

Inspirational

1.0  

Sarada Parida

Inspirational

ନାରୀ ଓ ସ୍ବଚ୍ଛତା

ନାରୀ ଓ ସ୍ବଚ୍ଛତା

1 min
1.3K


କେଜାଣି କେମିତି

ଘର ଭିତରର ଅଳନ୍ଧୁ ଝାଡୁ ଝାଡୁ

ସିଏ ଡେଇଁଛି ଏରୁଣ୍ଡି ବନ୍ଧ

ସାଉଣ୍ଟିଛି ସାହାସ

ଉଠେଇବାକୁ ସ୍ଵଚ୍ଛତାର ବୋଝ

ଘରୁ ବାହାରୁ

ସମାଜରୁ ;

ହେ ନାରୀ ଶକ୍ତିମୟୀ

ତତେ ଶତ ପ୍ରଣିପାତ ।

ଦେଖୁଥାଉ ,

ସେ ଅନ୍ଧ ପୁରୁଷ ସମାଜ

ଆଉ ଶୁଣ ନାହିଁ

ଅର୍ଥନାହିଁ ମୂଲ୍ୟହୀନ ତାଚ୍ଛଲ୍ୟର ତାର ;

ବାଣ୍ଟିଛି ସେ ଆପଣାକୁ

ଦଳେ ଦଳେ ମଦ ମତେ ମେଳେ ମେଳେ

ହେଲେ ହୃଦୟେ ତା ସଦଭାବନା

ରହିଛିନା ସୁପ୍ତ ।

ହେ ନାରୀ

ହେ ଆଦିସୃଷ୍ଟି

କରିଛୁ ତୁ ଯେବେ ପଣ

ସମାଜକୁ ଦେଖାଇଦେ ପଥ

ଘରେ ଘରେ ବାଜିଉଠୁ

ସ୍ଵଚ୍ଛତାର ମନ୍ତ୍ର

ସ୍ଵଚ୍ଛ ହେଉ ମନ

ସ୍ଵଚ୍ଛ ହେଉ ପରିବେଶ

ହେଉ ଗ୍ରାମ ବାହ୍ୟ ମଳ ମୁକ୍ତ । 

ଶାରଦା ପ୍ରସାଦ ପରିଡା

ଅଧ୍ୟାପକ, ମେକାନିକାଲ ଇଂଜିନିୟରିଗଂ,

କୋଣାର୍କ ବିଜ୍ଞାନ ଏବଂ ବୈଷୟିକ ମହାବିଦ୍ୟାଳୟ , ଖୋର୍ଦ୍ଧା


Rate this content
Log in

Similar oriya poem from Inspirational