Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

LAXMAN KUMAR BEHERA (ଯତି)

Inspirational

3  

LAXMAN KUMAR BEHERA (ଯତି)

Inspirational

ଯତି ବଚନ

ଯତି ବଚନ

1 min
6.9K


ତପୀ ତପ ନ କରିବେ

ଅନ୍ନ ଚୋରେଇ ଭୁଞ୍ଜିବେ

ୟେ ସତ୍ୟ ବଚନ ଯେ',

ସ୍ବାମୀକୁ ସ୍ତ୍ରୀ ନ ପୂଜିବ

ପର ପୁରୁଷେ ରସିବ

ଜୀବେ ଜାଣି ଥାଅ ଯେ' । ।। ୪୧ ।।


ଆକାଶୁ ବରଷା ଜଳ

ଧରଣୀ ଲଭେ ଶୀତଳ

ଚାଷୀ କୁଳ ହସେ ଯେ',

କଳିକାଳ କହେ କାନେ

ଜଳି ତପନ କିରଣେ

ପୃଥ୍ବୀ ହେବ ଖାର ଯେ' । ।। ୪୨ ।।


ଘରେ ଘରେ ରାଜନୀତି

ମିଥ୍ଯା କଳହ ଦୁର୍ନୀତି

ଭିନ୍ନ ଭିନ୍ନ ଦଳ ଯେ',

ଟଙ୍କା ମଦ ମାଂସ ଯହିଁ

ମତଦାନ ଥିବ ତହିଁ

ଜୀବେ ଜାଣି ଥାଅ ଯେ' । ।। ୪୩ ।।


ସମାଜ ସଂସ୍କୃତି ଧାରା

ଜାତିଗୋତ୍ର ପରମ୍ପରା

ସମାଜେ ନ ଥିବ ଯେ',

ବନପୁଷ୍ପ ପଶୁପକ୍ଷୀ

ଖୋଜି ନ ପାଇବ ଆଖି

କଳିକାଳ ଅନ୍ତେ ଯେ' । ।। ୪୪ ।।


ତପନେ ତରଳି ହିମ

ବସୁନ୍ଧରା ଜଳ ମଗ୍ନ

ଜୀବେ ଭାସୁଥିବେ ଯେ',

ଶୁଣ ଆହେ ସୁଧୀ ଜନେ

ବିଷ୍ଣୁ ଦାସ ଯତି ଭଣେ

କଳିଯୁଗ ଦେଖି ଯେ' । ।। ୪୫ ।।


କଳକାରଖାନା ମାନ

ଚତୁର୍ଦ୍ଦିଗରେ ସ୍ଥାପନ

ସୁଜଙ୍ଗଲ ପଦା ଯେ',

ବିଷମୟ ପରିବେଶ

ଜୀବେ ହୋଇବେ ନିଶେଷ

କଳିଯୁଗ କହେ ଯେ' । ।। ୪୬ ।।


ଯୌତୁକ ସାବନି ପାଇଁ

ସମାଜ ସଂସ୍କାର କହି

ଗୋରା ଝିଅ ଭଲ ଯେ',

ବେଶଭୂଷାକୁ ରସିବେ

ଅନ୍ନକୁ ନ ଆଦିରେବେ

ଜୀବେ ଜାଣି ଥାଅ ଯେ' । ।। ୪୭ ।।


ବାପ ଛେଉଣ୍ଡ ସନ୍ତାନ

ମାଆ ଥିଲେ ରହେ ମାନ

ୟେ ଯତି ବଚନ ଯେ',

ସାବତ ମାଆ ଯାହାର

ସତେ ଅବା ଯମପୁର

ବିତେ ଦିନ ଦୁଃଖେ ଯେ' । ।। ୪୮ ।।


ଶ୍ରୀ ଲକ୍ଷ୍ମଣ କୁମାର ବେହେରା (ଯତି)

କବି କୁଟୀର

ଦଣ୍ଡାସିଂହା,ବାରକୋଟ

ଦେବଗଡ (ଓଡିଶା)

ମୋ-୦୯୬୬୮୨୪୨୭୨୦


Rate this content
Log in