ଚନ୍ଦ୍ରବଦନି
ଚନ୍ଦ୍ରବଦନି
ତୁମ ଗଳିରୁ ମୁହଁମୋଡି
ଆଜି ଚାଲିଯାଉଛି,
କନ୍ୟା ଥିଲ, ଥିଲ ମୋର,
ଚାରିକଡ଼େ ବୁଲି ଗୋଟାଉ ଥିଲି
ଅନୁଭୁତିର ଶାମୁକା
କାଳେ ମିଳିଯିବ ମୋତି,
ଆଜି ହେଲ ଆଉ କାହାର
ପିନ୍ଧି ସୀମାନ୍ତେ
ଅନ୍ୟ ନାମେ ସିନ୍ଦୁର
ଭୁଲି ତ ପାରିବନି ମତେ
ପ୍ରତ୍ୟହ ପ୍ରାର୍ଥନାରେ ନିଶ୍ଚିତଥିବି ତୁମର,
ନେଇଯାଅ ସବୁ ଚାନ୍ଦିନୀରାତି
ପଛେ ଦେଇଦିଅ ଅମାଅନ୍ଧାର ଯେତେ ତୁମର,
ନେଇ ସାହାରା ତୁମ ସହ ବିତେଇଥିବା ସମୟକୁ
କାଟିଦେବି ହସି ହସି
ବଳକା ଯେତେଅଛି ମୋର ଜୀବନ,
ମଳୟ ସାଜି ନାଚୁଥିବି ଚାନ୍ଦନିରାତିରେ ତୁମ ସହ
ଅନ୍ତତଃ ଶରତ ପୂର୍ଣ୍ଣିମା ତ ଆସେ ବର୍ଷକୁ ଥରେ
କାରଣ ତୁମେ ଯେ
ତୁମେ ପାରିବନି ଭୁଲି ଚନ୍ଦନ ଚନ୍ଦନ ମହକ
ଯେ ମୋର ପ୍ରୀତି, ମୋର ଦେହ
ତୁମେ ହୋଇପାର ଆଉକାହାର
"ଚନ୍ଦ୍ରବଦନି" ।