Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

pratap nayak

Tragedy

3  

pratap nayak

Tragedy

ଅଲେଖା ସମ୍ପର୍କ

ଅଲେଖା ସମ୍ପର୍କ

1 min
966



ମଗୁଶୁରିଆ ଆବୁରା ଶୀତରେ ଯଦି ମୁଁ ଚାଲିଯାଏ

ବ୍ୟସ୍ତହେଇ ଲୁହ ଗଡେଇବନି ଯମା

ଯମା ନିଜକୁ ସଂଦେହ ବି କରିବନି

ଇଏତ ମୋ କର୍ମଫଳ

ଫଳିଛି ନିଶ୍ଚେ ପ୍ରୌଢତ୍ୱ ପୂର୍ବରୁ

ସଜେଇ ଥିବା ଘରେ ମୋର

ଛିଞ୍ଚିଦବ ଗଂଗାପାଣି

ତୁମ ସରୁ ଅଂଗୁଳିରେ

ବେଶି ଗାଧୋଇବନି ଅବେଳାରେ

ଜ୍ୱରଥିଲା ......ଥିଲା ଥଣ୍ଡା ବି

ଖୁଁ ଖୁଁ କାଶ ବଢିଗଲେ

ଅଧରାତିରେ

ପାଖରେ କିଏ ଥିବ ଯେ

ବେଶି କାନ୍ଦିବନି ରାତିସାରା ଅନିଦ୍ରାରେ

ସକାଳୁ ତୁମ ଆଖିର ଫୁଲାରେ

କିଏକାଳେ ଯାଣିଦବ

ଆଉ ଗାଁସାରା ନେଇ ଯୋଡିଦବ

ଆମ ଅଲେଖା ସମ୍ପର୍କ

ମୁଁ ଯାଣେ ତୁମ ହୃଦୟ ସ୍ପନ୍ଦନ

ତୁମେ ସହିପାରିବନି

କି ରହିପାରିବନି

ନିରବିଥିବା ମୋ ଆତ୍ମା

ତୁମ ବର୍ତ୍ତମାନର ଚାରିପଟେ

ସିନା ଘୁରିବୁଲୁଥିବ

ହେଲେ

ନା ଜଡେଇ ପାରିବ ଛାତିରେ

ନା ଲୁହ ପୋଛିଦେବ

କି ଏଣୁତେଣୁ କଥା କହି ଭୁଲେଇ ପାରିବ

ସତ କହୁଛି

ମୁଁ ଏସବୁ କେବେ ସହିପାରିବିନି

ଚିରାଚରିତ ତୁମ ଫେଣ୍ଟାଫେଣ୍ଟି ମନ

ଭୁଲେଇବ ଯେମିତି

ଯେମିତି

ବର୍ତ୍ତମାନକୁ ଭୁଲୋଉଥିଲା ମୋର

ସଜୋଉ ଥିଲା ଇଚ୍ଛାକୁ କାହାର

୭୦୦୮୦୫୪୨୮୨


Rate this content
Log in