Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr Jharana Satapathy

2  

Dr Jharana Satapathy

ପିତା ସ୍ମୃତି

ପିତା ସ୍ମୃତି

1 min
361



ନନା ମନେପଡେ ଆଜି ତୁମ ସ୍ମୃତି

ଲେଖୁଛି ମନରୁ ଭାବିଵହୁକିଛି ନନା ତୁମ ପାଦ ତଳେ କରୁଛି ପ୍ରଣାମ

ଧରିବନି କେବେ ମୋର ଦୋଷମାନ

ସଂସ୍କାର ଦେଇଛଶାସନକରିଛ

ଭୁଲ ଥିଲେ ତ୍ରୁଟି ସୁଧାରି ଦେଇଛ

କୋଳକୁ ନେଇଛ ସ୍ନେହଭିକରିଛ

ବାତ୍ସଲ୍ୟମୋହରେବାନ୍ଧିରଖିଛ

ନିଜେ କଷ୍ଟ ସହି ଆମକୁ ମଣିଷ କରିଛ

ସାହାସଦେଇଛଧର୍ଯ୍ୟତଦେଇଛ

ଅନ୍ୟାୟ ବିରୋଧରେ ଲଢିବା ସିଖାଇଛ

ବାଟ କଡାଇଛ , ରାସ୍ତା ଦେଖାଇଛ

ମଣିଷ ପରି ମଣିଷଟିଗଢିତୋଳିଛ

ଆଖି ଆଗରେ ଝଲସି ଉଠୁଛି

ତୁମ ହସ ଭରା ମୁଖ

ମନେ ପଡ଼େ ତୁମ କପାଳେ

ଲେପିତଚନ୍ଦନ ଟୋପା

ତୁମର ସେହି ସ୍ନେହ ଭରା ଡାକ

ତୁମର ଶାନ୍ତ ସରଳଜୀବନ

ତୁମରସେହି ଭଜନଜଣାଣ

ସୁନ୍ଦର ମନୋହର ଲିଖନୀ ଶୈଳୀ

ଅସୀମଜ୍ଞାନରଭଣ୍ଡାର

ତୁମର ସେହି ବୈଦିକ କର୍ମକାଣ୍ଡ

ତୁମ ଋଣ ସୁଝି ପାରିବିନି ଯମା

ତୁମ କରୁଣାଟିକୁ କରିବନି ଉଣା

ତୁମ ପାଦ ତଳେ କୋଟିଦଣ୍ଡ ବତ

ଭୁଲ ହେଲେ କ୍ଷମା କରିବ ତ୍ବରିତ।


ଡକ୍ଟର ଝରଣା ଶତପଥୀ

ଭୁବନେଶ୍ବର


Rate this content
Log in