ଶୀତ
ଶୀତ
ତରୁଣ ଶୀତ ପକାଇ ପାଦ
ଆସେ ଧରଣୀ ବକ୍ଷେ
ହସେ ଧରଣୀ ହସେ ପରଜା
ଆନନ୍ଦ ଅଭିଳାଶେ ॥
ସୋରିଷ ଫୁଲେ ସୁନେଲି କ୍ଷେତ
ଦିଶଇ ମନୋହରା
ଗେଣ୍ତୁ ସେବତୀ ଗୋଲାପ ଫୁଲେ
ମଣ୍ତନେ ବସୁନ୍ଧରା ॥
କୃଷକ ଭାଈ କାଟଇ ଶସ୍ୟ
ଆନନ୍ଦେ ଗୀତ ଗାଇ
ଘର ଘରଣୀ ଘର ସଜାଇ
ଗୃହେ ଲକ୍ଷ୍ମୀ ଆଣଇ ॥
ଶାକ ପରିବା ଫଳମୂଳରେ
ସୁନ୍ଦର ଦିଶେ ମହୀ
ସ୍ୱାଗତ ଦେଇ ନୂଆ ସାଲକୁ
ଭାଗ୍ୟଚକ୍ର ଲେଖଇ ॥
ଶୀତ ସକାଳେ ବାସି ପଖାଳ
ତା ସହ ବାସି କାଂଜି
ବଡି ଚୁରାରେ ରାଜ ଯୋଟକ
ଶୀତୁଆ ବଣ ଭୋଜି ॥
ଶୀତ ପଣତେ ଅଳସ ରବି
ଲୁଚି କିରଣ ଦିଏ
ଗାଁ ଦାଣ୍ତରେ ଶୀତୁଆ ଶୋଭା
ନିଆଁପୁଆଁରେ ଥାଏ ॥
ଝରଣା ବହେ ରହି ରହିକା
ବଣ ପାହାଡ ଦେଶେ
କର ପଲ୍ଲବେ ନୀହାର ଶୋଭା
ଧରଣୀ ପରକାଶେ ॥
----------------------------
ଗୈାରାଂଗ ଚରଣ ବେଉରା
ଶିକ୍ଷକ.