ଶେଷ ଇଚ୍ଛା ମୋର
ଶେଷ ଇଚ୍ଛା ମୋର
1 min
6.9K
ଅଭିମାନିନୀ ପ୍ରିୟା ମୋର
ମୁଁ ମଲା ପରେ ଝରେଇବୁନି ଲୁହ
ଝଳ ଝଳ ଆଖି ମୁକ୍ତା ପରି
ମନରେ ଗଢ଼ି ଉଠିଥିଲା ସପ୍ନର ନଅର
ଜାଣିନଥିଲି ଆଉ ନାହିଁ ବେଶି ସମୟ
ତୋଠାରୁ ହୋଇ ଯିବି ଅନେକ ଦୂର
ସପ୍ନ ଦେଖୁ ଦେଖୁ ସରିଗଲା ସମୟ
ବାକି ରହିଗଲା ସବୁ ଇଚ୍ଛା ମୋର
ବୁଝିପାରିଛି ପ୍ରତିମୁହୂର୍ତ୍ତେ ଝୁରିବୁ ତୁ ମତେ
ସେଥିପାଇଁ ହୃଦୟରେ ଅସରନ୍ତି ଦୁଃଖ
ତୁ ମୋ ଜୀବନ ତତେ ଦେଉଛି
ଜୀବନ ବିନା ଶରୀର ନେଇ ଯାଉଛି.....
ପ୍ରମିଳା ସାହୁ