Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Others

3  

Bijay Prusty

Others

ବେସୁରା ଗୀତି-୭୦୨

ବେସୁରା ଗୀତି-୭୦୨

1 min
6.8K


ବର୍ଷା ଗୋ ତୁମେ କହି ଦିଅ ଥରେ

କାହିଁକି ଢାଳୁଛ ଏତେ ଲୁହ

ଆଖିରେ ତୁମର ଅଗ୍ନି ସ୍ଫୁଲିଙ୍ଗ

ଛାତି ତଳେ ଅସରନ୍ତି କୋହ  ॥

କିଏ ସେ ତୁମକୁ ହତାଦର କଲା

କିଏ ବା କହିଲା ଟାଣ କରି

ହୃଦୟେ ତୁମର ବ୍ୟଥାର ଲହରୀ

ଆଖିରୁ ଲୋତକ ଯାଏ ଝରି  ॥

ଇନ୍ଦ୍ରଧନୁର ରଙ୍ଗର  ରୋଷଣୀ

ପାରୁନି ତୁମକୁ ଶାନ୍ତ କରି

ବିଜୁଳି ଯେତେବେଳେ ସ୍ମିତ ହସ ହସେ

କ୍ରୋଧେ ଶୁଭେ ତୁମ ଘଡ ଘଡି  ॥

ବର୍ଷା ଗୋ ତୁମେ ପ୍ରେମିକ ପ୍ରାଣରେ

ହଜିଲା ସ୍ମୃତିକୁ ଝଲସାଅ

ଭିଜା ଭିଜା ସ୍ଵରେ ପ୍ରୀତିର ସଙ୍ଗୀତ

ନିତି ନିତି ତୁମେ ଗାଉଥାଅ  ॥

ବର୍ଷା ତୁମକୁ ରହିଲା ମୋ ରାଣ

ଆଖିରୁ ଲୋତକ ଝରାଅନି

ଭଙ୍ଗା ମନ ସବୁ ଯୋଡି ଦିଅ ଆଜି

ପ୍ରୀତିର କର ଅବାହନୀ  ॥


Rate this content
Log in