Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Romance Tragedy

5.0  

ବି. ନିରୁପମା

Romance Tragedy

ଆସିଛି ବାହାନା କରି

ଆସିଛି ବାହାନା କରି

1 min
318




ତୁମ ବଂଶୀଧ୍ୱନି ଶୁଣିବାକ୍ଷଣି ମୁଁ

ଆସିଛି ବାହାନା କରି ,

ମନ ଖାଲି ମୋର ଛଟପଟ ହେଲା

ପାରିଲିନି ଥୟ ଧରି ।


ଯମୁନାରୁ ନୀର ଆଣିବା ଆଳରେ

ଆସିଲି କଳସୀ ନେଇ ,

କେମିତି ଅବା ମୁଁ ରହିଥା'ନ୍ତି ସେଠି

ତୁମ ପାଶେ ମନ ଦେଇ ।


ଆନମନା ହୋଇ ଆସିଲା ବେଳକୁ

କେତେଥର ଗଲି ଝୁଣ୍ଟି ,

ସେଥିକୁ ମୁଁ ଜମା ଖାତର ନ କରି

ଆସିଅଛି ପଡ଼ି ଉଠି ।


ଦିଅ ଦିଅ ନାଥ ତୁମ ଆଲିଙ୍ଗନ

ଶୁଣାଅ ମଧୁର ବାଣୀ ,

ତୁମରି ପରଶ ପାଇବାକୁ ପରା

ହୃଦ ହୋଇଲାଣି ହାଣି ।


ଶାନ୍ତ କର ଏହି ତାପିତ ପରାଣ

ଭୋଗୁଅଛି ବହୁ ପୀଡ଼ା ,

ତୁମ ପଦ ତଳେ ସବୁ ସୁଖ ମୋର

ଆଉ ନାହିଁ କିଛି ଲୋଡ଼ା ।।


ବି. ନିରୁପମା

ମାମୁରିଆ, ଛେଣ୍ଡିପଦା,ଅନୁଗୋଳ ।


Rate this content
Log in