Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Padmalaya Mishra

Others

5.0  

Padmalaya Mishra

Others

ଅକୁହା

ଅକୁହା

1 min
153


ସବୁକଥା ଯଦି ହୁଅନ୍ତା କହି

ଅକୁହା କିଛି ରୁହନ୍ତା ନାହିଁ

ସୁଖ ସାଗରେ ଜୀବନର ନାଆ

ଅକ୍ଳେଶରେ ଯେ ଯାଆନ୍ତା ବହି ।

ବିଧାତାଙ୍କ କିନ୍ତୁ ନିଆରା ସୃଷ୍ଟି

ସୁଖ-ଦୁଃଖ ଉଭୟର ବୃଷ୍ଟି

କୁହା-ଅକୁହା ଜୀବନ ସମଷ୍ଟି

ରହିଅଛି ଏକ ସ୍ଵପ୍ନ କୋଷ୍ଟି ।

ଅକୁହା ବେଦନା ମନରେ ଚାପି

ହରି ନାମକୁ ହୃଦୟେ ଜପି

ଚାଲିଛି ଯିଏ ଜୀବନର ପଥେ

ସ୦ସାରକୁ ସେ ପାରିଚି ମାପି ।

ଅକୁହା ଯନ୍ତ୍ରଣା ଅସହ୍ୟ ଭାରି

ସୁଖ ପ୍ରାପ୍ତିରେ ସାଜେ ବଇରୀ

ତଥାପି କିଛି ତ ରହେ ଅକୁହା

ଜୀବ ହୁଏ ପଞ୍ଚଭୂତ ପାରି ।।


Rate this content
Log in