Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ଓଡ଼ିଆ ଗଳ୍ପ ଓ କବିତା - ୩

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୩

Classics

ନିର୍ବାଣ

ନିର୍ବାଣ

1 min
6.8K


ଦେବଦତ୍ତ ମିଶ୍ର


କେଉଁଠି ସରିଛି ରାସ୍ତା

ଆଉ ବା କେତେ ଦୂର ବାକି ?

ମୁକ୍ତି ଆଉ କେଇ ପାଦ ,

ନିର୍ବାଣକୁ ଆଖି ପାଉଛି କି ?

ମୋହଭଙ୍ଗ ପାଇଁ

ଚାଲିବା ତ ନିହାତି ଜରୁରି

ସମୟକୁ ପଛ କରି

ନିର୍ଜୀବକୁ କାନ୍ଧେ ଧରି

ମୁଠାଏ ସୋରିଷ ଆଶାରେ

କିଛି ନ ପାଇବାରେ ଆନନ୍ଦ

ପ୍ରାପ୍ତିର କାମନା ତ ସୁଖ

ପାଇଲେ ତ ଖେଳ ସରିଯାଏ l

ବୋଧହୁଏ ନିର୍ମାଣ ପ୍ରାପ୍ତିର ଆଶା

ଗୋଟେ କାମନା

ସେ କାମନାର ବିନାଶ କାହିଁ ଯେ

ମୋକ୍ଷର ସନ୍ଧାନ କରିବ !

ଏ ଚାଲିବା ଜାରି ରହୁ

ଜୀବ କଙ୍କାଳ ପାଲଟିବା ଯାଏ

ଆପେ ସରିଯିବ

ଜୀବନର ପଥ l

ଫିଟିଯିବ ମୁକ୍ତି ପାଇଁ ବାଟ

ତାପରେ ଖାଲି ଯାହା

ନିର୍ବାଣ ! ନିର୍ବାଣ ! ନିର୍ବାଣ !


Rate this content
Log in