ନାସ୍ତିକ
ନାସ୍ତିକ
ସୁଶାନ୍ତ ଦାସ
ନିଜର ଭାବୁଥିବା ସମସ୍ତଙ୍କୁ କହିଲେ
ଏଥର ମିଛ ନୁହେଁ
ଯାହା କହିବି ସତ କହିବି
ସଂସାର ସିନା ମିଛ
ତମେ ମୋ ନିଜର
ଏ କଥା କଣ ମିଛ l
ପାପକର୍ମରେ ଲିପ୍ତ ଥିବା
ମୋର ସମସ୍ତ ଅପକର୍ମର
ହିସାବ,ଅପହରନଣ,ଲୁଣ୍ଠନ,ଧର୍ଷଣ
ସବୁ ତ ମୋ ଦ୍ଵାରା ହେଉଥିବା ଅପକର୍ମ l
ମୁଁ ତ ହିସାବ ରଖିନି
କେତେ ଜଣ ବିଧବା ହୋଇଛନ୍ତି ମୋ ଲାଗି
କିଏ ଭିକ ମାଗୁଛି ରାଜରାସ୍ତାରେ
କିଏ ପାଗଳ ହୋଇ ବୁଲୁଛି
ଅଧା ଲଙ୍ଗଳା ଅବସ୍ତାରେ
କିଏ ପୁଣି ଜିଦ୍ ଧରି ବସିଛି
ହତ୍ୟା କରିବ ମୋତେ ବିଚ୍ ରାସ୍ତାରେ l
ମୁଁ କାହାକୁ କଣ ଡେୟର
ନା ଖାତିର କରେ,
ମୁଁ ତ ଅଦରକାରୀ ,ଅପଦାର୍ଥ ,ନାସ୍ତିକ
ମୋର କ୍ରୁରତାର ଆକ୍ରୋଶରେ
ସମସ୍ତେ ଅସ୍ତବ୍ୟସ୍ତ l
ମୋର ଅତି ନିଜର
ପ୍ରେମ ସ୍ନେହ ଆତ୍ମୀୟତାରେ
ମଣିଷ ହେଉଥିବା ଭେଣ୍ଡା ପୁଅକୁ କହିଲି,
ପୁଅରେ ,
ଚାଲ ଯିବା ଆଜି କାମକୁ
ନ ଗଲେ ସଂସାର ଚାଲିବ କେମିତି
ମୁଁ କାହିଁକି ତମ ସହ ଯିବି
ଜନ୍ମ ଦେଇଛ ତମେ
ପୋସିବ ତମେ l
ସ୍ତବ୍ ଧ ପାଲିଟିଲି ମୁଁ
ଧରିଲି ହାତରେ ଟାଙ୍ଗିଆ
ପୁଅକୁ ମୋ ସହ ପୋଷିବାକୁ
ହେବ,ପୁଣି ସେହି କୁକର୍ମ
ତା ଛଡା ମୋ ଦ୍ଵାରା
ଆଉ କଣ ହେବ l
ମୁଁ ତ ଆଜନ୍ମ ନାସ୍ତିକ l