Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanna Kumar Madala

Inspirational

2  

Prasanna Kumar Madala

Inspirational

ପତିତରକ୍ଷଣ

ପତିତରକ୍ଷଣ

1 min
7.1K



ପଶିଲି ଶରଣ ତୁମ୍ଭରି ଚରଣ

ତଳେ ହେ ନକର ବାରଣ

ତୁମ୍ଭେ କି ଅଜଣା ସହିଲି ଗଞ୍ଜଣା

ଅଧମେ କର ହେ ତାରଣ ।

ଏ ଜୀବନ ପରା ହାହାକାର ଭରା

ଛଟପଟ ମରୁ ବାଲିରେ

ରଖ ଆହେ ସାଇଁ ଅବାଟରେ ଯାଇ

ଥକିଲି ବିଷମ ଚାଲିରେ ।

ପତିତଙ୍କ ସବୁ କ୍ଷେମ ପାଇଁ ପ୍ରଭୁ

ଶଙ୍ଖଚକ୍ର କଲ ଧାରଣ

ଗଜୋଦ୍ଧାର ପରି ମୋର ହାତ ଧରି

ରଖିବାରେ ହୁଅ କାରଣ ।

ସତ୍ୟ ଧର୍ମ ପଥେ ଚଳିବାକୁ ସତେ

କରିଲି ଯେତେକ ଯତନ

ଜୀବନ ସଂଗ୍ରାମେ ହାରି ନିଜ ଗ୍ରାମେ

ତଳକୁ ହେଲା ମୋ ପତନ ।

କର ହେ ଉଦ୍ଧାର ବହେ ଲୁହ ଧାର

ସହି ଏ ଜଞ୍ଜାଳ ଦଂଶନ

ଥାଉଁ ଏତେ ଭାରା ଜୀବନଟା ସାରା

କେତେ ଦେଉଥିବ କଷଣ ?

ଦୁଃଖୀ ଦୁଃଖହାରୀ ନିଳାଦ୍ରିବିହାରୀ

ତୁମ୍ଭେ ତ ଜଗତ ଆଧାର

ଅନ୍ତର୍ଯ୍ୟାମୀ ବୋଲି କହୁନାହିଁ ଖୋଲି

ପ୍ରତିକଥା ପ୍ରାଣ ବାଧାର ।

ତୁମ୍ଭେ ଜଗନ୍ନାଥ ଥାଉଁ ମୁଁ ଅନାଥ

ହେଲେ କି ରହିବ କୀରତି

ପତିତ ରକ୍ଷଣ ଦିଅ ହେ ତକ୍ଷଣ

ଏ ମିଛମାୟାରୁ ବିରତି ।



ପ୍ରସନ୍ନ କୁମାର ମାଦଳା

ଘର ନଂ - ଏଫ୍ / ୧୩

ସେକ୍ଟର - ୪

ରାଉରକେଲା - ୭୬୯୦୦୨

ଦୂରଭାଷ - ୭୯୭୮୧୯୨୨୨୭


Rate this content
Log in