କଳ୍ପନାରେ -୨୧
କଳ୍ପନାରେ -୨୧
ପ୍ରେମ ଅନୁରାଗେ ହାତ ଧରେ ଯେବେ
ଗୁଞ୍ଜରିତ ହୁଏ ଧ୍ଵନି
ଜାଣି ପାରେ ନାହିଁ କେଉଁଠୁ ଆସୁଛି
ହୃଦୟର ଅନ୍ତଃ ବହ୍ନି।
ତୁମ ପ୍ରୀତି କଥା ଲାଗେ ମଧୁ ମଧୁ
ହାତ ହୁଏ ହଡବଡି
ନୟନରେ ସ୍ଵପ୍ନ ଦେଖୁଥାଏ ସତେ
ଆଲିଙ୍ଗନେ ଦେବି ଭିଡି।
କଥା ସରିଯାଏ ବେଳ ବୋହିଯାଏ
ପ୍ରତ୍ୟାଶାରେ ପ୍ରୀତି ରହେ
ପ୍ରଣବାସିକ୍ତର ସାନ୍ଧ୍ୟ ସମୀରଣେ
ପୀରତି ମୋ ଅବଗାହେ ।