Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sahitya Pujari Laxman Behara

Others

3  

Sahitya Pujari Laxman Behara

Others

ବିଜନ ବେଳାର ପ୍ରିୟା

ବିଜନ ବେଳାର ପ୍ରିୟା

1 min
322


ବିକର୍ଣ୍ଣ ହୋଇ ତୁ ଦୂରେ ଚାଲିଗଲୁ

ବିକଚ ପ୍ରେମକୁ ଦଳି,

ବିଜନ ବେଳାରେ ହୃଦୟରେ ମୋର

ବିରାଜି ଖେଳୁଛୁ ଦୋଳି ।


ବିକିର ମନ ମୋ ଉଡୁଥିଲା ଦିନେ

ବିମଳ ପ୍ରେମ ପରଶେ,

ବିକ୍ରମ ହରାଇ କାନ୍ଦୁଅଛି ଆଜି

ବିଜିତ ବୋଲି ବିରସେ ।


ବିଲୁପ୍ତ ପ୍ରେମର ସ୍ମୃତି ଦାଉ ସାଧେ

ବିଘୋଡ କାୟା ବିସ୍ତାରି,

ବିଚାଲି ସମ ମୋ ତନୁ ହୋଇଲାଣି

ବିଦ୍ରୁପ ସହି ନପାରି ।


ବିନିଗଡ ମୋର ଜୀବନେ କାହିଁକି

ବିନିବେଶ କଲୁ ପ୍ରିୟା ?

ବିପ୍ରବୃଦ୍ଧ ମୋର ନୟନ ହୋଇଲା

ବିଲୁଭିତ ହୁଏ କାୟା ।


Rate this content
Log in