ମୃତ୍ୟୁର ମଧ୍ୟଭାଗେ
ମୃତ୍ୟୁର ମଧ୍ୟଭାଗେ
ଜାଣିନି କେତେ ଆଉ ବୋଝ
ଏ ଜୀବନ ଦେବ,
କେତେ ଆଉ କଣ୍ଟା ଜାଣିଶୁଣି
ମୋର ପାଦେ ଫୁଟିବ,
ପଚାରନା କେହି କାହିଁ
ଭରିଯାଏ ଲୁହରେ ଏ ଆଖି
କାରଣ କହିବା ପାଇଁ ଶବ୍ଦର
ସାମର୍ଥ୍ୟ ବି ଏଠି କମ ପଡିବ ।
ସପନର ରଙ୍ଗ ମହଲ ଦିନେ ହଜିଯିବ
କେବଳ ନିର୍ଜନରେ ଏକାକୀ ହିଁ ରହିଯିବ ,
କହିବାପାଇଁ ତ ବାକି କିଛି ନାହିଁ
ତଥାପି ଏ ଆଦ୍ର ନୟନଟା ସବୁକିଛି କହିଯିବ ।
ବାସ ଏତିକିରେ କାହାଣୀଟା ସରିଯିବ
କାଲି ଯିଏ ଶଙ୍କାନ୍ଵିତ ଥିଲା
ଆଜି ଆଘାତ ପାଇବ,
ଏହି ମହାନଗରୀରେ କିଏ ବା ଟେକି ରହିଛି,
କାଲି ଆସିଥିଲା ପାରିଜାତ ସାଜି
ଆଜି ବିଦାୟ ନେବ ।
ଜଣାନାହିଁ କେବେ ହେଲା ଜୀବନଟା ପୁରା
ତଥାପି ଲାଗୁଛି ରହିଯାଇଛି କିଛି ଏବେ ବି ଅଧୁରା,
ସାତ ରଙ୍ଗୀ ସପନର ଝିଲ ମିଲ ଚାଦର ଉଆଡ଼େ
ଲାଗୁଛି ଏବେ ବି କିଏ ସେ
ଅସୁମାରୀ ସ୍ବପ୍ନ ନେଇ ହୋଇରହିଛି ଛିଡା ।
ରୋଜା ପଣ୍ଡା
ପୂର୍ଣ୍ଣାନନ୍ଦ ଭବନ ,ନେତାଜୀ ନଗର,ମଧୁପାଟଣା
କଟକ-୭୫୩୦୧୦