Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanta kumar Hota

Others

3  

Prasanta kumar Hota

Others

ମାତା

ମାତା

1 min
13.3K




ପାଳନରେ ମାତା ଦୟାର ସ୍ଵରୂପା

ମାତା ପ୍ରତିରୂପ କୃପା

ମାତୃଛାୟା ବିନା ଜୀବନେ ଅୟନା

ହୁଏ ନାହିଁ ଅଭିପ୍ରେତା


ଜନ୍ମ ଭୂମି ମାତା ଗରବ ଗର୍ଭିତା

ପାଳନରେ ସାତିଶୟୀ

ଗୋ ଗଙ୍ଗା ଗାୟତ୍ରୀ ଅବା ଏ ଧରିତ୍ରୀ

ଜୀବନ ଯାତରେ ରାହୀ


ତ୍ରୀଦେବୀ ଦୂରୁଗା ଲକ୍ଷ୍ମୀ ସରସ୍ୱତୀ

ତିନି ମାତା ଆମ ସଦା

ଧନ ଜ୍ଞାନ ଶକ୍ତି ପ୍ରଦାନ ପ୍ରବୃତ୍ତି

ମାତା ବୋଲି ସିନା ଶ୍ରଦ୍ଧା


ଶିଶୁ ପାଇଁ ମାତା ଅମୃତ ସଂହିତା

ସବୁ କିଛି ସହିପାରେ

ସ୍ଵସୁଖ ତ୍ୟାଗରେ ଜୀବନ ସଂଚାରେ

ମହୀୟସୀ ମା ମହୀରେ


ମାତୃପାଦେ ଶତ ପ୍ରଣାମ ପସାରେ

ମାତାର ଆଶିଷ ପାଇଁ

ପ୍ରଣାମ ନଲୋଡେ ମାତାର ହୃଦୟ

ଆଶିଷକୁ ଦେବା ପାଇଁ


ମାତୃସେବା ଯିଏ କରିଛି ଜୀବନେ

ଜୀବନଟି ତାର ଧନ୍ୟ

ମାତୃସେବା ଦେଲେ ଦେବତା ଲଭନ୍ତି

ନୈବେଦ୍ୟ ର ସବୁ କାମ୍ୟ


କେତେ ସୁଖ ଥାଏ ପଣତ କାନିରେ

ଅମୃତର ଭାର ଭରେ

କଷଣ କଷଟି କଟକଣା ଧାରେ

ଦୁଃଖ ଜିଣେ ଧିରେ ଧିରେ


ପାଠ ନପଢି ସେ ପାଠକୁ ପଢାଏ

କହୁଥାଏ ବାପଧନ

ସୁଖ ଶିରୀ ଥାଏ ସହିବା ଲୋକରେ

ଏତିକି ମୋ ଅରଜନ


ତାର ଅସୁବିଧା ନୁହେଁ ତାର ବାଧା

ସନ୍ତାନ ସୁଖରେ ସବୁ

କେତେ ଗୁପ୍ତ ସତ ସାଇତି ରଖେ ସେ

କରିବାକୁ ଦୁଃଖ କାବୁ


ନିଜ ସୁଖ ପାଇଁ ନୁହେଁ ସେ ତତ୍ପର

ଅପତ୍ୟରେ ଥିଲେ ଖୁସି

ଏଇତ ଜୀବନ ମାତୃତ୍ବର ପଣ

ମାତା ସଦା ସର୍ବଙ୍କଷୀ


ପ୍ରଶାନ୍ତ କୁମାର ହୋତା


Rate this content
Log in